ଓଡ଼ିଶା ତାଜା ନ୍ୟୁଜ ( ୨୭ ଅକ୍ଟୋବର ମଙ୍ଗଳବାର ) ହିଞ୍ଜିଳିକାଟୁ :- ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଜୁଆ ଖେଳ ଜୋର ସୋରରେ ଚାଲିଥିବା ଜଣାପଡ଼ିଛି । ସୋମବାର ରାତିରେ ହିଞ୍ଜିଳି ଥାନା ନିମିଗାଁ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ଚଢାଉ କରି ୯ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୫ ହଜାର ୮ ଶହ ଟଙ୍କା ସମେତ ୩ଟି ମୋବାଇଲ ଫୋନକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ୩୭୪/୨୦ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ସ୍ଥାନୀୟ ଥାନା ଅଂଚଳରେ ଜୁଆ ଖେଳକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଥାନା ଆଇଆଇସି ଙ୍କ ତତ୍ୱାଧାନରେ ୬ଜଣ ପୁଲିସଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଆଗାମୀ ଦିନରେ ଜୁଆ ଆଡ୍ଡା ଚଢାଉ ଜାରି ରହିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି । ଚଢାଉରେ ଥାନା ଏସ.ଆଇ. ବାସୁଦେବ ଭୋଇ , ଡ଼ି.ମୋହନ , ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ , କନେଷ୍ଟବଳ ରାମଚନ୍ଦ୍ର ପ୍ରଧାନ , ବସନ୍ତ ଉପାଧ୍ୟାୟ , କେଦାରନାଥ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । (ଶୁସାନ୍ତ ପ୍ରଧାନ )
୯ ଜୁଆଡ଼ି ଗିରଫ ; ୧୫ ହଜାର ୮ଶହ ଟଙ୍କା ଜବତ

- Categories: Uncategorized, ଅପରାଧ, ଓଡ଼ିଶା, ହୋମ୍
Related Content
ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ
by
Proprietor Abhimanyu Maharana
September 18, 2026
ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ
by
Proprietor Abhimanyu Maharana
September 18, 2026
ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି
by
Proprietor Abhimanyu Maharana
September 18, 2026
"ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ
by
Proprietor Abhimanyu Maharana
September 17, 2026
ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ
by
Proprietor Abhimanyu Maharana
September 17, 2026
ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ
by
Proprietor Abhimanyu Maharana
September 17, 2026