ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟି ଅଭିଯୋଗ ହେଉଛି l ଏଠି ବିନା ପାଉଣାରେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଡାକ୍ତରଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କ କୌଣସି କାର୍ଯ୍ୟ ହେଉନଥିବା ଅଭିଯୋଗ ହେଉଛିl ଏଠାରେ ଦୁଇ ରୁ ତିନି ଜଣ କନିଷ୍ଠ କିରାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଗେହ୍ଲା ପୁଅ ହୋଇ ଦୀର୍ଘ ବର୍ଷ ବର୍ଷ ଧରି ଗୋଟିଏ ଗୋଟିଏ ସିଟ୍ ରେ ରହି ଦୁର୍ନୀତି କରି ଚାଲି ଥିଲେ ମଧ୍ୟ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ସବୁ ଜାଣି ନ ଜାଣିଲା ଭଳି ଅଭିନୟ କରୁଥିବା ଅଭିଯୋଗ ହେଉଛି l
ଏହି କନିଷ୍ଠ କିରାଣୀ ମାନେ ସିଡିଏମ୍ଓ ଙ୍କୁ ଯାହା କୁହନ୍ତି ତାହାହିଁ ସିଡିଏମ୍ଓ କରନ୍ତି ବୋଲି ଅଭିଯୋଗ ହେଉଛି ସେହିଭଳି ଗଜପତି ଜିଲ୍ଲାର ୧୪୯ ଟି ପଞ୍ଚାୟତରେ ଖୋଲା ଯାଇଥିବା କୋଭିଡ୍ କେର ହୋମ ପାଇଁ ୧୪୭ ଜଣ ଏ ଏନ୍ ଏମ୍, ଷ୍ଟାଫ ନର୍ସ, ଓ ଫାର୍ମାସିଷ୍ଟ ଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ନିଯୁକ୍ତି ଓ ନିଜ ନିଜ ନିଜ ଘର ପାଖରେ ପ୍ଲେସମେଣ୍ଟ ପାଇବା ପାଇଁ ଜଣ ଜଣଙ୍କଠାରୁ୫ହଜାରରରୁ୨୦,୦୦୦ ଟଙ୍କା ପଯ୍ୟନ୍ତ ଆଦାୟ କରାଯାଇ ଥିବା ଅଭିଯୋଗ ହେଉଛି l ସି.ଡି.ଏମ୍.ଓ.ଙ୍କ ର ଗେହ୍ଲା ପୁଅ ସାଜିଥିବା ଜଣେ କନିଷ୍ଠ କିରାଣି ଟଙ୍କା ଆଦାୟ କାର୍ଯ୍ୟରେ ସଂପୃକ୍ତ ଥିବା ଅଭିଯୋଗ ହେଉଛି l ଏହା ସିଡିଏମ୍ ଓ ଙ୍କ ଜାଣତରେ ହୋଇଥିବା ଅଭଯୋଗ ହୋଇଛି l
ଆମ ଜିଲ୍ଲା ପ୍ରତିିନିଧି କୋଭିଡ କେର ହୋମ ପାଇଁ ନିଯୁକ୍ତି ଓ ପ୍ଲେସ ମେଣ୍ଟ ଦେବା ନାମରେ ବ୍ୟାପକ ଭାବରେ ଲକ୍ଷାଧିକ ଟଙ୍କା ଆଦାୟ କରାଯାଇ ଥିବା ଅଭିଯୋଗ ନେଇ ଗଜପତି ଜିଲ୍ଲା ଚିକତ୍ସାଧିକାରୀ ପ୍ରଦୀପ କୁମାର ପାତ୍ରଙ୍କୁ ପଚାରିବାରୁ ସେ ଏହାକୁ ଅସ୍ୱୀକାର କରିବା ସହ ଯଦି ଏଭଳି କାର୍ଯ୍ୟରେ କେହି ସଂପୃକ୍ତ ଥିବା ନେଇ କେହି ଲିଖିତ ଆକାରରେ ଦେଲେ ତାର ତଦନ୍ତ କରାଯିବ ବୋଲି କହିଛନ୍ତି l କିନ୍ତୁ ଅପରପକ୍ଷରେ ସି ଡି ଏମ୍ ଓ ଙ୍କ ଜାଣତରେ ଏହି ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହେଉ ଥିବାରୁ ଗଜପତି ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ କଭିଡ କେର ହୋମ ପାଇଁ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ଜଣ ଜଣ ଙ୍କୁ ଡାକି ତଦନ୍ତ କୋଲେ ଦୁର୍ନୀତିର ପର୍ଦ୍ଦlଫାଶ ହେବ ବୋଲି ସର୍ବସାଧାଣରେ ଦାବୀ ହେଉଛି l (ପାରଳଖେମୁଣ୍ଡି/ଗରୁଡ଼ ଧ୍ଵଜ ଚୌଧୁରୀ)
