ବସ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି, ତିନି ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ସୋମବାର ) ବସ୍ତା :- ବାଲେଶ୍ଵର ଜିଲ୍ଲାର ବସ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ଜଣେ ମହିଳାଙ୍କ ସମେତ ତିନିଜଣଙ୍କୁ ପୋଲିସ ଗିରଫ କରିଛି ।

ଖବର ଅନୁଯାୟୀ ବସ୍ତା ଥାନା ଅଞ୍ଚଳରୁ ୨୪ଶହ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଏଥିସହ ସମ୍ପୃକ୍ତ କୁଣ୍ଡେଇ ଗ୍ରାମର ମଞ୍ଜୁଲତା ନାୟକ, ଅମର୍ଦ୍ଦା ରୋଡର ମିଥୁନ ସିଂହ ଓ ବସନ୍ତପୁରର ଗୁଣଧର ମାରାଣ୍ଡିଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। (ଦୀପ୍ତିମାନ ପତି /ବାଲେଶ୍ୱର )

Exit mobile version