ମାଟିଲଗ୍ନା ରାଜ୍ୟସ୍ତରୀୟ ଉତ୍ସବରେ ସାହିତ୍ୟିକ ତଥା ଶିକ୍ଷକ ଦମ୍ପତ୍ତି ସମ୍ମାନୀତ – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ (୨୬ ଅକ୍ଟୋବର ସୋମବାରପଦ୍ମପୁର : ପଦ୍ମପୁର ବିଜୟା ଦଶମୀ ଦିନ ଶାବର ଶ୍ରୀକ୍ଷେତ୍ର କୋରାପୁଟଠାରେ ମାଟିଲଗ୍ନା ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ମହୋତ୍ସବରେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କୁ ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ସେହିପରି ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରମିଳା ବେହେରାଙ୍କୁ ମଧ୍ୟ ଶ୍ରୀ ବେହେରାଙ୍କୁ ପ୍ରେରଣା ଓ ଉତ୍ସାହ ଯୋଗାଉଥିବାରୁ ଶ୍ରେଷ୍ଠ ସହଧର୍ମିଣୀ ଭାବରେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି ।

ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ କବି ସହଦେବ ପରିଡା, କୋରାପୁଟ ଜିଲ୍ଲାର ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ପାଢ଼ୀ, ମାଟିଲଗ୍ନା ସଭାପତି ତଥା ମାଲକାନଗିରି ଜିଲ୍ଲାର ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନ, ମାଟିଲଗ୍ନା ସମ୍ପାଦକ ଶ୍ରୀ ଦୀନବନ୍ଧୁ ବେଜ ଓ ମାଟିଲଗ୍ନା ସହ ସଂଯୋଜକ ଶ୍ରୀ ଲଳିତ କୁମାର ସ୍ବାଇଁ ବେହେରା ଦମ୍ପତ୍ତିଙ୍କୁ ସମ୍ମାନୀତ କରିଥିଲେ । ସେହିପରି ମାଲକାନଗିରି ଜିଲ୍ଲା ମାଲ୍ୟାଣୀ ସାହିତ୍ୟ ସଂସଦର ରୌପ୍ୟଜୟନ୍ତୀ ଅବସରରେ କବି ଶ୍ରୀ ବେହେରାଙ୍କୁ “ମାଲ୍ୟାଣୀ” ସମ୍ମାନରେ ସମ୍ମାନୀତ କରାଯାଇଛି । ଏହା ନିଶ୍ଚିତ ଭାବରେ ବରଗଡ଼ ଜିଲ୍ଲା ତଥା ପଦ୍ମପୁର ସହର ପାଇଁ ଏକ ଗୌରବର ବିଷୟ । (ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version