
ଓଡ଼ିଶା ତାଜା ନ୍ୟୁଜ (୨୬ ଅକ୍ଟୋବର ସୋମବାର) ପଦ୍ମପୁର :- ବରଗଡ ଜିଲ୍ଲା ପଦ୍ମପୁର ଉପ ଖଣ୍ଡ ପାଇକମାଲ ବ୍ଲକ ଜଗଦଲପୁର ଥାନା ଅନ୍ତର୍ଗତ ଲଖମରା ଓ ଚର୍ଦାପଲ୍ଲୀ ମଝିରେ ପ୍ରବାହିତ ହୋଇଛି ଅଙ୍ଗନଦୀ ସ୍ଵାଧୀନତାର ୭୪ ବର୍ଷ ପରେ ବି ଅବହେଳିତ ଅଵସ୍ଥା ରେ । ଚର୍ଦାପଲ୍ଲୀ ଗ୍ରାମ ପଞ୍ଚାୟତ ଭୋଟ ସମୟରେ କେତେ ଯେ ନେତା ମନ୍ତ୍ରୀ ସରକାରୀ ଅଫିସର ମାନେ ଯାଇ ଲୋକଙ୍କୁ କେତେ ଆଶା ଦେଇଥାନ୍ତି । ନଦୀ ଆର ପାଖରେ ରହିଛି ଚର୍ଦାପଲ୍ଲୀ ଗ୍ରାମ ପଞ୍ଚାୟତ ଏଠାରେ ରହିଛି । ଦେବଦହା ପ୍ରସିଦ୍ଧ ଶିବ ମନ୍ଦିର ଜଙ୍ଗଲ ଘେରା ବହୁତ୍ ସୁନ୍ଦର ପରିବେଶ ବର୍ଷ ର ଅନେକ ସମୟରେ ଏଠାକୁ ହଜାର ହଜାର ଲୋକ ଦେଖିବା ପାଇଁ ଆସିଥାନ୍ତି ।
ଭଗବାନ୍ ଙ୍କ ଆଶିବାର୍ଦ ନେବାପାଇଁ ପଦ୍ମପୁର ରୁ ୧୫ କିଲୋମିଟର ଗଲେ ଲଖମରା ପରେ ଅଙ୍ଗନଦୀ ଡଙ୍ଗା ରେ ପାରି ହୋଇଗଲେ ଚର୍ଦାପଲ୍ଲୀ ଗ୍ରାମ ପଞ୍ଚାୟତ କିଛି ଦୁର ଗଲେ ଛତିଶଗଡ ସୀମା । ଲଖମରା ଓ ଚର୍ଦାପଲ୍ଲୀ ମଝି ଅଙ୍ଗନଦୀ ଉପରେ ପୋଲ ନିର୍ମାଣ ପାଇଁ ଅନେକ ଥର ନେତା ମନ୍ତ୍ରୀ ସରକାରୀ ଅଫିସ୍ ପାଖକୁ ଯାଇ ଗୁହାରି କରିଛନ୍ତି । ଏ ଅଞ୍ଚଳ ବାସି ହେଲେ କୌଣସି ସଫଳ ମିଳିନାହିଁ ଲୋକଙ୍କୁ ପୋଲ ଟିଏ ପାଇଁ ବହୁତ୍ ଦୁଃଖରେ ଦିନ କାଟୁଛନ୍ତି ହେଲେ କୌଣସି ପ୍ରକାରେ ପାତର ଅନ୍ତର ନକରି ଏଠାରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ ଏଠାକାର ଲୋକେ ଅସୁବିଧାର ସମ୍ମୁଖୀନ ରୁ ମୁକ୍ତି ପାଇବେ ବୋଲି ଲୋକେ କହୁଛନ୍ତି ।
ଯଦି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହୁଏ ଆଗାମୀ ଦିନରେ ଜୋର୍ ସୋର୍ ରେ ଆଦୋଲନ ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି । ଏ ପୋଲ ଖାଲି ଆମ ପାଇଁ ନୁହେଁ ପୋଲ ନିର୍ମାଣ ହେଲେ ଅଚଂଲ ର ହଜାର ହଜାର ଲୋକ ଉପକୃତ ହେବେ । ଏଥି ପ୍ରତି ନେତା ମନ୍ତ୍ରୀ ସରକାରୀ ଅଫିସର୍ ଦୃଷ୍ଟି ଦେବା ପାଇଁ ଅନୁରୋଧ ବହୁତ୍ ଥର କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ )
