
ଓଡ଼ିଶା ତାଜା ନ୍ୟୁଜ (୨୫ ଅକ୍ଟୋବର ରବିବାର) ରଣପୁର :– ବିଶ୍ଵରେ କରୋନା ମହାମାରୀ ନିଜର କାୟା ବିସ୍ତାର କରି ଲୋକଙ୍କ ପାଈଁ ଏକ କରୋନା ଚାଲେଞ୍ଜିଙ୍ଗ ପରିସ୍ଥିତି ସୃଷ୍ଟି କରିଛି । ଏହାକୁ ହରାଇବା , କରୋନା ବିରୋଧରେ ଲଢ଼ିବା ପାଈଁ ସମାଜ ପ୍ରେରଣା ଯୋଗାଇ ଆସିଛି । କରୋନା ମହାମାରୀ ବିରୋଧ ରେ ଲଢ଼ି ଲୋକଙ୍କୁ ନିସ୍ୱର୍ଥପର ସେବା ଯୋଗାଇ ଆସୁଥିବା ଯୋଦ୍ଧା ମାନଙ୍କୁ ଏହି ସମାଜ ସମ୍ମାନ ଦେଇ ଆସିଛି ।
ସେହିଭଳି କରୋନା ସମୟରେ ସମ୍ବାଦ ପରିବେଷଣ କରୁଥିବା ସାମ୍ବାଦିକ ଙ୍କୁ “କଳ୍ପନା ଛକ ଟୋକା ସଂଘ ” ଭୁବନେଶ୍ୱର , ପକ୍ଷରୁ ସଂଘ ର ପ୍ରତିଷ୍ଠାତା ନାରାୟଣ ଓଝା , ସଭାପତି ଧିରେନ୍ ରାଉତରାୟ , ସମ୍ପାଦକ ଶିବ ଶଙ୍କର ଡାକୁଆ ଙ୍କ ସଂଘ ପକ୍ଷରୁ ଏହି କରୋନା ଯୋଦ୍ଧା ସମ୍ଵର୍ଦ୍ଧନା ର ଆୟୋଜନ କରିଥିଲେ । ତତସହିତ ସଂଘ ର ଉପଦେଷ୍ଟା ଡ଼ଃ. ଅସିତ୍ ଦାସ , ସମାଜସେବୀ ଚନ୍ଦ୍ର ଶେଖର ସିଂ ସାମନ୍ତ , ଆଇନଜୀବି ଗିରିଜାକାନ୍ତ ମହାପାତ୍ର , ଯୁବ ସମାଜସେବୀ ସୂର୍ଯ୍ୟ ନାରାୟଣ ପ୍ରଧାନ ଓ ରାଜକିଶୋର ବେହେରା
ରଣପୁର ର ବରିଷ୍ଠ ରାଜନେତା ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ଉପସ୍ଥିତି ରେ ‘ଓଡିଶା ତାଜା ନ୍ୟୁଜ୍ ‘ ଏଡିଟର୍ ତଥା ରାଜ୍ୟସ୍ତରୀୟ ଫଟୋ ସାମ୍ବାଦିକ ଅଭିମନ୍ୟୁ ମହାରଣା , ରଣପୁର ସାମ୍ବାଦିକ ବ୍ରଜ ରଣସିଂ ଙ୍କୁ ଏକ ‘ରିୟଲ ଫାଈଟର୍ ଆୱାର୍ଡ଼ ‘ ରେ ସମ୍ମାନିତ କରି କରୋନା ପାଇଁ ଲଢେଇ କରୁଥିବା ଯୋଦ୍ଧା ମାନଙ୍କ ପ୍ରତି ଆଉ ଆଗକୁ ଦୁଇ ପାଦ ବଢିବା ପାଈଁ ପ୍ରେରଣା ଦେଇଛନ୍ତି ।
