ପାଣିଟାଙ୍କି କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ; ପଦ୍ମପୁର ରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଠପ୍

ଓଡ଼ିଶା ତାଜା ନ୍ୟୁଜ (୨୫ ଅକ୍ଟୋବର ରବିବାର)  ପଦ୍ମପୁର  :  ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଅନ୍ତର୍ଗତ ସଲଡିହ ଗ୍ରାମରେ ଜଳ ଯୋଗାଣ ବ୍ଯବସ୍ଥା କାର୍ଯ୍ଯକାରୀ ହୋଇ ପାରୁନାହିଁ । ସରକାର ପ୍ରତ୍ୟେକ ଗ୍ରାମରେ ସହରରେ ଜଳ ପରିମଳ ବିଭାଗ ଦ୍ବାରା ପାନୀୟ ଜଳ ଯୋଗାଇ ଦେବାର ବ୍ଯବସ୍ଥା କରିଛନ୍ତି । ତେଣୁ କେତେକ ଗ୍ରାମରେ ପାଣିଟାଙ୍କି ନିର୍ମାଣ କରିଛନ୍ତି । ଏହି କ୍ରମରେ ସଲଡିହ ଅଞ୍ଚଳରେ ଏକ ଉପାନ୍ତ ଅଞ୍ଚଳ ଅଟେ ।

ସେଠାରେ ଦୀର୍ଘ ଏକ ବର୍ଷ ହେଲାଣି ଗ୍ରାମରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ପାଣିଟାଙ୍କି ନିର୍ମିତ ହୋଇଛି ଏବଂ ପାଣି ପାଇପ ସଂଯୋଗ କରାଯାଇଅଛି । ମାତ୍ର ବର୍ଷେ ହେଲାଣି ପାଣିଟାଙ୍କି ନିର୍ମିତ ହୋଇଅଛି । ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଠପ୍ ହୋଇ ଅଛି । ତାହା କେଉଁ କାରଣରୁ ଏପରି କାର୍ଯ୍ୟକ୍ଷମ ହୋଇନାହିଁ କାହାକୁ ଜଣାନାହିଁ । ତେଣୁ ତୁରନ୍ତ କାର୍ଯ୍ୟାକାରୀ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ରିପୋର୍ଟ – ନିରୋଜ କୁମାର ପାଣୀ

Exit mobile version