ପାଇକମାଲରେ ନବରାତ୍ର ଦୁର୍ଗାପୂଜା – ପଦ୍ମପୁର


ଓଡ଼ିଶା ତାଜା ନ୍ୟୁଜ (୨୫ ଅକ୍ଟୋବର ରବିବାର)  ପଦ୍ମପୁର  : ପାଇକମାଲ ଦୁର୍ଗାପୂଜା କମିଟି ତରଫରୁ ନବରାତ୍ର ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । କୋଭିଡ ଗାଇଡ ଲାଇନ୍ ଅନୁପାଳନ କରି ନିରାଡମ୍ବର ଭାବେ ପୂଜା ଆରମ୍ଭ ହୋଇଛି । ନବରାତ୍ର ଦୁର୍ଗାପୂଜାରେ କର୍ତ୍ତା ଭାବେ ମୁକେଶ ରଥ ତାଙ୍କ ଧର୍ମପତ୍ନୀ ମୁକ୍ତେଶ୍ବରି ରଥ , ମୁଖ୍ଯପୂଜକ ଦିଗାମ୍ବର ଦେବତା,ବ୍ରଜେଶ ଦେବତା,ଚଣ୍ତିପାଠକ ଉମେଶ ଚନ୍ଦ୍ର ମିଶ୍ର, ରାଧେଶ୍ଯାମ ଦେବତାଙ୍କ ଦ୍ବାରା ପୂଜା କାର୍ଯ୍ୟ ସମ୍ପାଦନା କରୁଛନ୍ତି ।

ପୂଜା କମିଟି ସଭାପତି ଧବଳେଶ୍ବର ସାହୁ,ଉପ ସଭାପତି ନୀଳମଣି ପଣ୍ଡା, ସଂପାଦକ ଇନ୍ଦ୍ରିଜିତ ଭୋଇ, କୋଷାଧ୍ୟକ୍ଷ ପ୍ରମୋଦ ସିଂହ,ସଭ୍ଯ ଯୋଗେନ୍ଦ୍ର ଭୋଇ, ସୂର୍ଯ୍ୟ ନାରାୟଣ ମିଶ୍ର,ଈଶ୍ବର ବାରିକ ପ୍ରମୁଖ ସହଯୋଗ କରୁଛନ୍ତି । ତେବେ ପୂଜା ମଣ୍ତି ଗୁଡିକରେ ପୂର୍ବ ବର୍ଷ ପରି ସାଜସଜ୍ଜା ନାହିଁ । ଲୋକଙ୍କ ଭଡି ମଧ୍ୟ ଜମୁ ନଥିବା ଦେଖା ଦେଇଛି । (ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version