ଓଡ଼ିଶା ତାଜା ନ୍ୟୁଜ (୨୫ ଅକ୍ଟୋବର ରବିବାର) ବାଲେଶ୍ୱର :– ବାଲେଶ୍ୱର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମନ୍ତବ୍ୟକୁ ନେଇ ବିବାଦ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱରବାସୀଙ୍କ ପ୍ରତି ଏହା ଅପମାନ ବୋଲି କହିଛନ୍ତି।ବାଲେଶ୍ୱର ରୁପ୍ସା ବିଜେପି ନିର୍ବାଚନୀ ସଭାରେ ରଣେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି ମନ୍ତ୍ରୀଙ୍କ ମନ୍ତବ୍ୟ ଦାୟିତ୍ୱହୀନତାର ପରିଚୟ ଦେଉଛି। ରାଜନୀତି କେତେ ନୀଚ ସ୍ତରକୁ ଯାଇସାରିଛି ତାହା କେବଳ ପ୍ରମାଣିତ ହୋଇଛି। ଏହାର ଉଚିତ୍ ଜବାବ ଦେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେହିପରି ପ୍ରଦୀପ୍ତ ନାୟକ ମଧ୍ୟ ଟ୍ୱିଟ୍ କରି ରାଣେନ୍ଦ୍ରଙ୍କ ମନ୍ତବ୍ୟର କରିଛନ୍ତି ସମାଲୋଚନା ।
ସୂଚନାଯୋଗ୍ୟ ବିଜେପିର ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ଏକ ସୁଯୋଗ ଆଣିଦେଇଛି ବୋଲି ବାଲେଶ୍ୱର ସଦର ଉପ ନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ କହିଥିବା ବିଜେପି ଅଭିଯୋଗ ଆଣିଛି। ତେବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି କୌଣସି ଉଦ୍ଦେଶ୍ୟମୂଳକ ଭାବେ କିମ୍ବା କାହାର ଭାବନାକୁ ଆଘାତ ଦେବା ପାଇଁ ଏଭଳି କହିନଥିଲେ। ସ୍ୱର୍ଗତ ମଦନ ମୋହନଙ୍କ ପ୍ରତି ତାଙ୍କ ସମ୍ମାନ ଓ ଶ୍ରଦ୍ଧା ରହିଛି। ମାନସ ଦତ୍ତ ମୋ ପୁଅ ଭଳି। ତାଙ୍କୁ ଯଦି ଏଭଳି ମନ୍ତବ୍ୟ ଆଘାତ ଦେଇଛି ତାହେଲେ ଏଥିପାଇଁ ଗଭୀର ଦୁଃଖିତ ବୋଲି ଟ୍ୱିଟ୍ କରିଥିଲେ। (ଦୀପ୍ତିମାନ ପତି /ବାଲେଶ୍ୱର)
