ଦିପ୍ତି ମହାନ୍ତି ଆଉ ନାହାନ୍ତି

ଓଡ଼ିଶା ତାଜା ନ୍ୟୁଜ (୨୫ ଅକ୍ଟୋବର ରବିବାର) ଭୁବନେଶ୍ୱର  : ଓଡ଼ିଶା ଲୋକ ଦଳର ସଭାପତି ତଥା ଜଣେ ଟାଣୁଆ ନେତା ଦିପ୍ତି ମହାନ୍ତି ଆଉ ନାହାନ୍ତି । ସିଏ ଅନେକ ଅନୈତିକ ଏବଂ ଅନ୍ୟାୟ ବିରୋଧରେ ସଂଗ୍ରାମ ଜାରି ରଖିବା ସହିତ ଆନ୍ଦୋଳନ କରି କରି ତାଙ୍କ ଜୀବନ ଯୁଦ୍ଧରେ ହାରି ଗଲେ । ସିଏ ଡାଏବେଟିସ୍ ରୋଗରେ ପୀଡିତ ଥିଲେ । ତାଙ୍କର ଦୁଇ ପୁତ୍ର ଓ ପତ୍ନୀ ସଂଯୁକ୍ତା ମହାନ୍ତି ଅଛନ୍ତି ।ସିଏ ଭୋରୁ ସ୍ନାନ ସୌଚ ସାରି ତାଙ୍କ ଜିଜିପି କଲୋନୀ ସ୍ଥିତ ବାସଭବନରେ ଜଗନ୍ନାଥଙ୍କ ସେବା ପୂଜା ସାରିଲା ପରେ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କର ବହୁତ ଶୀଜଗନ୍ନାଥଙ୍କ ପ୍ରତି ଭକ୍ତି ଭାବ ଥିଲା । ଅନେକ୍ ଥର ଜଗନ୍ନାଥଙ୍କ ପାଇଁ ପୁରୀରେ ଆନ୍ଦୋଳନ କରିଛନ୍ତି । ସିଏ ଜଗନ୍ନାଥଙ୍କୁ ବହୁତ ଭଲ ପାଉଥିଲେ । ତାଙ୍କର ମୃତ୍ୟୁ ବେଳକୁ ତାଙ୍କୁ 61 ବର୍ଷ ବୟସ ହୋଇଥିଲା । ସିଏ ଜଣେ ଲଢ଼ୁଆ ନିର୍ଭିକ ସଂଗ୍ରାମୀ ନେତା ଥିଲେ । ସିଏ ପ୍ରଥମ ଥର ବିଜୁ ବାବୁଙ୍କୁ ଭାରତ ରତ୍ନ ଦିଆଯାଉ କହି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ଦାବି ଜଣାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଅନେକ ଥର ସିବିଆଇ ଅଫିସ ଘେରାଉ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ନିର୍ଭିକ ଓ ସଂଗ୍ରାମୀ ନେତା ଥିଲେ । ଅନେକ ସମୟରେ ଅନେକ ନେତା, ମନ୍ତ୍ରୀ ଓ ଅଫିସରଙ୍କ ବିରୋଧରେ ଦୁର୍ନୀତି ପାଇଁ ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିଥିଲେ । ଭୂବନେଶ୍ୱର କମିସନରେଟ ପୋଲିସ ପ୍ରତିଷ୍ଠା କରିବାରେ ତାଙ୍କର ଥିଲା ମୂଖ୍ୟ ଭୂମିକା। ଖଣି ଦୁର୍ନୀତି ପାଇଁ ସିଏ ସାହା କମିସନ ଡକାଇ ଥିଲେ । ଦୁର୍ନିତି ଖୋର ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସ ଅଫିସ ଘେରାଉ କରୁଥିଲେ । ଜିଜିପି କଲୋନୀରେ ଗୁଣ୍ଡା ମାନଙ୍କ ସହ ଲଢେଇ କରି ସେଠାରେ ଗୁଣ୍ଡାରାଜ ବନ୍ଦ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ କଲୋନୀ ବାସି ସୁଖ ଶାନ୍ତିରେ ନିଶ୍ବାସ ମାରିଥିଲେ । ତାଙ୍କର ନିର୍ଭିକତା ଓ ସଚୋଟତା ପାଇଁ ତାଙ୍କୁ ବହୁ ଲୋକ ଭଲ ପାଉଥିଲେ । ତାଙ୍କ ବିୟୋଗରେ ଭୁବନେଶ୍ଵରର ବହୁ ବିଶିଷ୍ଟ ବ୍ୟକ୍ତି ମର୍ମାହତ ସହିତ ଶୋକ ପ୍ରକାଶ କରିଛନ୍ତି । ଆମ ଓଡ଼ିଶା ତାଜା ନିଉଜ ତରଫରୁ ମଧ୍ୟ ତାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । (ଚିଫ ଏଡିଟର, ସ୍ବରୂପ ଦାସ)

Exit mobile version