ସମ୍ଭାବିତ ପୋଲ ନିର୍ମାଣ ନେଇ ସେମିନାର ଅନୁଷ୍ଠିତ – ପଦ୍ମପୁର


ଓଡ଼ିଶା ତାଜା ନ୍ୟୁଜ (୨୫ ଅକ୍ଟୋବର ରବିବାର ପଦ୍ମପୁର  : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଲଖମରା ହାଇସ୍କୁଲ ସମ୍ମିଳନୀ କକ୍ଷରେ, ଅଙ୍ଗନଦୀ ପୋଲ ଉପରେ ସମ୍ଭାବିତ ପୋଲ ନିର୍ମାଣ ନେଇ ଏକ ସେମିନାରର ଆୟୋଜନ ଆଜି ପୂର୍ବାହ୍ନ ୧୦ ଘ.ରେ ହୋଇ ଯାଇଛି । ଆବାହକ ସାମ୍ବାଦିକ ରମେଶ ବାରିକ ପ୍ରାରମ୍ଭରେ ସୂଚନା ପ୍ରଦାନ କରିଥିଲେ । ଏହି ସେମିନାରରେ ବରଗଡ଼ ଜିଲ୍ଲାର ଉଭୟ ସମ୍ବାଦ ପତ୍ର ଓ ଟିଭି ଚ୍ଯାନେଲ ଗୁଡିକ ସାମ୍ବାଦିକ ତଥା ଅଞ୍ଚଳର ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ମାନେ ଉପସ୍ଥିତ ରହି ନିଜସ୍ୱ ମତ ଦେଇଥିଲେ । ବହୁ ଦିନରୁ ଲଖମରା ପଞ୍ଚାୟତ ଓ ଚର୍ଦାପାଲି ପଞ୍ଚାୟତ ମଝିରେ ବହି ଯାଇଥିବା ଅଙ୍ଗନଦୀ ଉପରେ ଏକ ପୋଲ ନିର୍ମାଣ କରିବା ପାଇଁ ଅଞ୍ଚଳ ବାସୀ ଦାବି କରୁଛନ୍ତି ।

ଏହା ସାଧିତ ହେଲେ ଚର୍ଦାପାଲି ପଞ୍ଚାୟତରେ ଥିବା ଦେବଦର୍ହା ଶୈବପୀଠ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇ ପାରିବା ସହିତ ବର୍ଷସାରା ଗମନାଗମନ ସୁବିଧା, ଅର୍ଥନୈତିକ ବିକାଶ ପ୍ରଭୃତି ହୋଇ ପାରନ୍ତା । ହେଲେ ସରକାରୀ ଉଦାସୀନତା ଓ ପ୍ରଶାସନିକ ଇଛା ଶକ୍ତିର ଅଭାବ ଏଇ ପ୍ରସ୍ତାବିତ ପ୍ରକଳ୍ପରେ ବାଧକ ସାଜିଛି । ପ୍ରତିଶୃତି ଦିଆଯାଇ ଆନ୍ଦୋଳନ କାରୀ ମାନଙ୍କୁ ଆଶାବାଦୀ କରି ଦିଆ ଯାଉଛି, ଅଥଚ ଶେଷରେ ପ୍ରତିଶୃତି ପାଣିର ଗାର ପାଲଟୁଛି । ଭବିଷ୍ୟତରେ ଯଦି ଏଇ ପ୍ରକ୍ରିୟା ଚାଲୁରହେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସର୍ବ ସମ୍ମତି କ୍ରମେ ଗୃହିତ ହୋଇ ଥିଲା । ଏହି ସେମିନାର୍ ରେ ଡା ନରେନ୍ଦ୍ର କୁମାର ପ୍ରଧାନ,ଦିଲ୍ଲୀପ ଦାସ,ସୁଶାନ୍ତ ସାହୁ,ଅଭିୟ କୁମାର ରଣା, ମଧୁସୂଦନ ଦାସ,ସମାରୁ ଧରୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version