91 ବର୍ଷୀୟ : ବେଣୁ ବଳାଇଲେ ବଇଁଶୀ


କଥା ଦେଇଥିବା ରାନୀ ପଣ୍ଡା କଥା ରଖିଲେ । ବାଲେଶ୍ବରରେ ପହଞ୍ଚି ବେଣୁ ମଉସାଙ୍କ ପାଇଁ ପ୍ରଚାର କରିବା ସହିତ ସାଇକେଲ ଯୋଗାଇ ଦେଲେ ।

ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ଶନିବାର)  ବାଲେଶ୍ବର :–  ଦୁର୍ଗା ପୂଜାର ମାହଲ ସାଙ୍ଗକୁ ନିର୍ବାଚନ ସରଗରମ ପରିବେଶକୁ ଖୁବ୍ ଗରମାଗରମ ରଖୁଛି । ବର୍ତମାନ ନିର୍ବାଚନର ଉଷ୍ମତା ଭିତରେ କେନ୍ଦ୍ର ବିନ୍ଦୁ ପାଲଟି ଯାଇଛନ୍ତି ବେଣୁଧର ବାରିକ ତାଙ୍କର କୌଳିକ ବୃତ୍ତି ଅନୁଯାୟୀ ସିଏ ଜନସାଧାରଣଙ୍କୁ ଖିଅର କରି ଜୀବିକା ନିର୍ବାହ କରି ପେଟ ପୋଷୁ ଥିଲେ । ମାତ୍ର ବୟସର ଅପରାହ୍ନରେ ହଠାତ୍ ରାଜନୀତି ଆଡକୁ ମନ ବଳାଇଲେ । ଆଉ ନିର୍ବିବାଦିୟ ଥାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀରୁ ନାମାଙ୍କନ କଲେ ।

ବର୍ତମାନ ସିଏ ତିନି ମୁଖ୍ୟ ଦଳ ପ୍ରତି ମୁଣ୍ଡ ବିନ୍ଧାର କାରଣ ପାଲଟି ଗଲେଣି । କାରଣ ତାଙ୍କର ବଇଁଶୀ ଅନେକ କଳାକାରଙ୍କୁ ଦୋହଲାଇ ପାଖକୁ ଡାକି ଆସିଲାଣି । ଏଥିରେ ପପୁଲାର ଯାତ୍ରା କଳାକାର କହିଲେଣି ତାଙ୍କୁ ଗୋଟିଏ ସାଇକେଲ ପ୍ରଦାନ କରି ତାଙ୍କ ପଛରେ ବସି ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ । ଏଥିସହିତ ଦାମ ପଣ୍ଡା ଓ ବାପି ପଣ୍ଡା ମଧ୍ୟ ତାଙ୍କ ପାଇଁ ପ୍ରଚାର କରିବେ । ଯେଉଁମାନଙ୍କୁ ସିଏ ଆଗରୁ କେବେ ଖାଲି ଆଖିରେ ଦେଖିନାହାନ୍ତି । ଏସବୁ ଭିତରେ ସେ କହୁଛନ୍ତି ମୁଁ କଣ କରିବି ନକରିବି ତାର ମିଥ୍ୟା ପ୍ରତିଶ୍ରୁତି ଦେବିନାହିଁ । ମୁଁ ହାରିଲେ ଜିତିଲେ ମୋର କିଛି ଅସୁବିଧା ନାହିଁ ।

ଜିତିଲେ ସାମ୍ବିଧାନିକ ଭାବେ ଜନସାଧାରଣଙ୍କର କି ପ୍ରକାର ସେବା କରାଯାଇପାରେ ତାହା ମୁଁ ଦେଖାଇ ଦେବି । ବୟସର ଅପରାହ୍ନରେ ତାଙ୍କର ଶରୀର ସିନା ନଇଁ ଯାଇଛି କିନ୍ତୁ ତାଙ୍କ ମନ କିମ୍ବା ଇଛାଶକ୍ତି ନଇଁ ଯାଇ ନାହିଁ । ବେଣୁ ମଉସାଙ୍କ ଦୃଢ ଇଚ୍ଛାଶକ୍ତି ପାଖରେ ତାଙ୍କ ବୟସ ହାର ମାନିଯାଇଛି । ପଇସା ପ୍ରତିବନ୍ଧକ ହୋଇ ଛିଡା ହୋଇପାରି ନାହିଁ । ଏମିତିରେ ତାଙ୍କୁ ସାଧାରଣ ଲୋକ ଆର୍ଥିକ ସହାୟତା କରୁଛନ୍ତି । ସିଏ ଦୁନିଆକୁ ଦେଖେଇ ଦେଇଛନ୍ତି ଯେ ଜନପ୍ରତିନିଧି ହେବାପାଇଁ ଅର୍ଥ, ଶିକ୍ଷା, ପ୍ରତିପତି, କଳ,ବଳ,କୌଶଳ କାହାରି ଆବଶ୍ୟକ ନାହିଁ । କେବଳ ମନବଳ ଦରକାର । ସେହି ମନବଳ ନେଇ ବେଣୁ ବଇଁଶୀ ବଜାର ଅନ୍ୟ ଭେଟେରାନ୍ ନେତାମାନଙ୍କର ନିଦ ହଜାଇ ଦେଲେଣି । କଥା ଦେଇଥିବା ରାନୀ ପଣ୍ଡା କଥା ରଖିଲେ । ବାଲେଶ୍ବରରେ ପହଞ୍ଚି ବେଣୁ ମଉସାଙ୍କ ପାଇଁ ପ୍ରଚାର କରିବା ସହିତ ସାଇକେଲ ଯୋଗାଇ ଦେଲେ । (ଚିଫ ଏଡିଟର, ସ୍ବରୂପ ଦାସ)

Exit mobile version