ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ଶନିବାର) ବ୍ରହ୍ମପୁର :- ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଦାନ୍ତଲିଙ୍ଗି ଛକ ନିକଟରେ ପୋଲିସ ପକ୍ଷରୁ ଗାଡି ଚେକିଂ ଚାଲିଥିବା ସମୟରେ ଏକ ସ୍ବିଫ୍ଟ କାର ରେ ଚୋରା ଗଂଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା | ପୋଲିସ ଗାଡି କୁ ଅଟକ ରଖି ସେଥିରୁ 47କେଜି 500ଗ୍ରାମ ଗଂଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି |
ଜବତ ଗଂଜେଇ ର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ପଞ୍ଚତିରିଶ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି |ସୋରଡ଼ା ଥାନା କେଶ ନମ୍ବର 269/20 ରେ ଗିରଫ ହୋଇଥିବା ଥିବା ବ୍ୟକ୍ତି ଜଣଙ୍କ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ବସନ୍ତପଡା ର ସେସଦେବ ମାଲି (26) | ବାଲିଗୁଡା ରୁ ଭୁବନେଶ୍ୱର କୁ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ସୂଚନା ଦେଇଛନ୍ତି ଆସ୍କା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ |
(ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)
