ଭୁବନେଶ୍ୱର, (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ରାଜ୍ୟସରକାର ପୁଣି ଥରେ ଜନଗଣନାରେ ଓବିସି ଏବଂ ଏସିବିସି ଜାତିଭିତିକ ଗଣନାକୁ ସର୍ବାଧିକ ଗୁରୁତ୍ୱ ଦେବା କହିବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା । କାରଣ ଆଜି ପର୍ଯ୍ୟନ୍ତ ରାଜ୍ୟସରକାର ଓବିସି ଏବଂ ଏସିବିସି ମାନଙ୍କୁ ଶିକ୍ଷା କ୍ଷେତ୍ରରେ ନାମଲେଖା ପ୍ରସଙ୍ଗ କିମ୍ବା ଚାକିରୀ କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିପାରିଲେ ନାହିଁ ବୋଲି ବିଜେପି ରାଜ୍ୟ ସଂପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଡ.ସାମନ୍ତସିଂହାର କହିଛନ୍ତି ଯେ, ଓବିସି ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସେମାନଙ୍କର ସାମ୍ବିଧାନିକ ଅଧିକାର । କିନ୍ତୁ ରାଜ୍ୟସରକାର ଓବିସି ମାନଙ୍କୁ ମୌଳିକ ଅଧିକାରରୁ ବଂଚିତ ରଖିଛନ୍ତି । କେନ୍ଦ୍ର ସରକାର ଶିକ୍ଷାକ୍ଷେତ୍ରରେ ନାମଲେଖା ଏବଂ ସରକାରୀ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଖିଛନ୍ତି । ସମସ୍ତ ରାଜ୍ୟ ଏହି ନିୟମକୁ ପାଳନ କରୁଥିବାବେଳେ ଓଡିଶା ସରକାର ଏହାକୁ ଆଜି ପର୍ଯ୍ୟନ୍ତ ଲାଗୁ କରିପାରିଲେ ନାହିଁ । ରାଜ୍ୟରେ ଗୋପାଳ, ଚଷା, ବଢେଇ, କୁମ୍ଭାର ଆଦି ଅନେକ ଜାତିର ଲୋକ ଥିବା ସତ୍ୱେ ରାଜ୍ୟସରକାର ସେମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଚାଲିଛନ୍ତି । ତାଙ୍କର ସାମ୍ବିଧାନିକ ମୌଳିକ ଅଧିକାର ଭାରତ ସରକାର ଦେବା ପରେ ରାଜ୍ୟ ସରକାର ସକ୍ରାରତ୍ମକ ନିଷ୍ପତି ନେଇପାରିନାହଁନ୍ତି । ରାଜ୍ୟସରକାର ଏଥିପାଇଁ ଉତରଦାୟୀ । ରାଜ୍ୟ ସରକାର ନ୍ୟାୟିକ ପ୍ରକ୍ରିୟାର ଆଳ ଦେଖାଇ ଏସିବିସି ଏବଂ ଓବିସି ବର୍ଗଙ୍କ ଅଧିକାର ପ୍ରଦାନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେବେ ଏବି ଦୁଇ ବର୍ଗର ଲୋକମାନଙ୍କୁ ସଂରକ୍ଷଣ ଯୋଗାଇଦେବେ ତାହା ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟ କରନ୍ତୁ ବୋଲି ଡ. ସାମନ୍ତସିଂହାର ଦାବି କରିଛନ୍ତି । ରିପୋର୍ଟ – ସୋନାଲି
ରାଜ୍ୟସରକାର ଓବିସି ମାନଙ୍କୁ ମୌଳିକ ଅଧିକାରରୁ ବଂଚିତ ରଖିଛନ୍ତି – ଲେଖାଶ୍ରୀ ସାମନ୍ତସିଂହାର,ଭୁବନେଶ୍ୱର

Related Content
ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬
by
Proprietor Abhimanyu Maharana
September 7, 2026
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ
by
Proprietor Abhimanyu Maharana
September 7, 2026
ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା
by
Proprietor Abhimanyu Maharana
September 7, 2026
ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
by
Proprietor Abhimanyu Maharana
September 7, 2026
ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026