ହିତାଧିକାରୀଙ୍କୁ ଉଛାହିତ କରିବା ଉଦେଶ୍ୟ ନେଇ ନୟାଗଡ଼ ବ୍ଲକ ଗମ୍ଭାରିଡ଼ିହି ପଂଚାୟତରେ ଗୃହ ପ୍ରବେଶ

ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶୁକ୍ରବାର) ନୟାଗଡ଼ :- ହିତାଧିକାରୀଙ୍କୁ ଉଛାହିତ କରିବା ଉଦେଶ୍ୟ ନେଇ ନୟାଗଡ଼ ବ୍ଲକ ଗମ୍ଭାରିଡ଼ିହି ପଂଚାୟତରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ । ସରକାରଙ୍କ ବିଜୁ ପକାଘର ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନେ କାର୍ଯ୍ୟ ଶେଷ କରିବା ପରେ ଦଶହରା ତିଥିରେ ଆଜି ଗୃହ ପ୍ରବେଶ କରିଛନ୍ତି ,

ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଉନ୍ନୟନ ଅଧିକାରୀ ମନୋଜ ପାତ୍ର ଯୋଗ ହେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ସ୍ଥାନୀୟ ସରପଞ୍ଚ ଦିବାକର ମିଶ୍ର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରି ପୁର୍ଣ୍ଣଚନ୍ଦ୍ର ରାଉତ,ଜିଆର ଏସ ନିଲାମ୍ବର ପ୍ରଧାନ ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କୁ ଉସାହିତ କରିଥିଲେ । ପଂଚାୟତର ବିଭିନ୍ନ ଗାଁର ସୁକୁରି ପ୍ରଧାନ,ଆନନ୍ଦ ପ୍ରଧାନ,ବଳଭଦ୍ର ପରିଡା,ସୁକଦେବ ଡାକୁଆ,ତ୍ରିନାଥ ପରିଡା ପ୍ରମୁଖ ଘର ନିର୍ମାଣ ସେସକରି ଆଜି ଗୃହ ପ୍ରବେଶ କରିଥିଲେ । (ରିପୋର୍ଟ -ରାମ କୃଷ୍ଣ ରଥ)

Exit mobile version