ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶୁକ୍ରବାର) ଢେଙ୍କାନାଳ :- ହାତୀପଲଙ୍କ ଉପଦ୍ରବରେ ଗ୍ରାମବାସୀ ଭୟଭୀତ ହୋଇଛନ୍ତି । ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ନିକଟ କାଜୁ ଜଙ୍ଗଲରେ ପଶି ରହିଛନ୍ତି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଢେଙ୍କାନାଳ ଜିଲା ଅନ୍ତର୍ଗତ ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ବିଭାଗ ସୋଗର ଗାଁରେ ୨୩ ଟି ହାତୀପଲଙ୍କ ଉପଦ୍ରବ ଦେଖାଦେଇଛି ।
ସେହିପରି କଟକ ଜିଲା ଚୌଦ୍ୱାର ଥାନା ନିକଟସ୍ଥ ଛତିଶାପାଟଣାରେ ଗାଁରେ ୨୨ଟି ହାତୀପଲଙ୍କ ଉପଦ୍ରବ ଦେଖାଦେଇଛି । ନିକଟ ବାଣୀପଦା ଗାଁର ଜଣେ ବ୍ୟକ୍ତିଙ୍କ ବାଡ଼ି ଭିତରେ ଦନ୍ତା ହାତୀ ପଶିଥିବାରୁ ସ୍ଥାନୀୟବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ହାତୀପଲ ନିକଟସ୍ଥ ଡ଼ମଣୀ ଜଙ୍ଗଲରୁ ଆସିଥିବା ସନ୍ଦେହ କରାଯାଉଛି । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି । (ରିପୋର୍ଟ୍, ଅମର ରଞ୍ଜନ ଦାସ)
