ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶୁକ୍ରବାର ) ଗଞ୍ଜାମ :- ଗଞ୍ଜାମ ଏନ ଏ ସି ଅନ୍ତର୍ଗତ ୩ ନମ୍ବର ୱାର୍ଡ ରେ ରହିଥିବା ଶିଶୁ ଉଦ୍ୟାନ ରେ ଅବ୍ୟବସ୍ଥା ଯୋଗୁଁ ଶିଶୁ ମାନେ ମୁହଁ ଫେରୋଉଥିବା ପରିଲକ୍ଷିତ ହେଉଛି । ଯାହାକୁ ନେଇ ଅବିଭାବକ ମହଲରେ ଉଡ଼ବେଗ ପ୍ରକାଶ ପାଉଛି । କିଛି ବର୍ଷ ତଳେ ଶିଶୁ ଉଦ୍ୟାନ ଟି ନିର୍ମାଣ ହୋଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ କିଛି ଖେଳ ଉପକରଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଏନ ଏ ସି ପକ୍ଷରୁ ଉଦ୍ୟାନ ରେ ସଫେଇ ବ୍ୟବସ୍ଥା କରାଯାଉନଥିବାରୁ ସେଠାରେ ଗଛ ଲତା ଉଠିଯାଇଥିବା ଦେଖିବାକୁ ମିଳିଛି । ଫଳରେ ଉକ୍ତ ସ୍ଥାନରେ ବିଷାକ୍ତ ସରୀସୃପ ରହି ଶିଶୁ ମାନଙ୍କ ପ୍ରତି ବିପଦ ର ସମ୍ଭାବନା ରହିଛି । ଶିଶୁ ଉଦ୍ୟାନଟି ଆକର୍ଷଣ ହରାଇଥିବା ବେଳେ ଏନ ଏ ସି କର୍ତ୍ୟୁପକ୍ଷ ତୁରନ୍ତ ସେଠାରେ ନୂତନ ଖେଳ ଉପକରଣ ବ୍ୟବସ୍ଥା କରିବା ସହ ସ୍ଵଛତା ପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ( ରିପୋର୍ଟ : ଶେଷଦେବ ସାହୁ )
ଶିଶୁ ଉଦ୍ୟାନ ରେ ଅବ୍ୟବସ୍ଥା

- Categories: Uncategorized, ଓଡ଼ିଶା, ହୋମ୍
Related Content
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
by
Proprietor Abhimanyu Maharana
May 10, 2026
ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ
by
Proprietor Abhimanyu Maharana
May 10, 2026
ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ
by
Proprietor Abhimanyu Maharana
May 10, 2026
ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
May 10, 2026
ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ରଥ କାରିଗରଙ୍କୁ ସମ୍ମାନ
by
Proprietor Abhimanyu Maharana
May 10, 2026
ମୃତ ରାକେଶକୁ ନ୍ୟାୟ ଦାବିରେ - ୫ ଘଣ୍ଟା ରାସ୍ତାରୋକ
by
Proprietor Abhimanyu Maharana
May 10, 2026