ବେଆଇନ କାଠ ଡିପୋ ଉପରେ ଚଢ଼ଉ , ଲକ୍ଷାଧିକ ଟଙ୍କାର କାଠ ପଟା ଜବତ ; ୧ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶୁକ୍ରବାର ) ବରଗଡ଼ :- ବରଗଡ଼ ସଦର ମହକୁମା ରେଳଷ୍ଟେସନ ନିକଟରେ ବହୁ ଦିନରୁ ଚାଲୁଥିବା ଏକ କାଠ ଡିପୋ ଉପରେ ବରଗଡ଼ ବନ ବିଭାଗ, ସମ୍ବଲପୁର ଭିଜିଲାନ୍ସ ବିଭାଗ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା । ସେଠାରେ ଗଚ୍ଛିତ ଥିବ ୨୩୩ ସିଏଫଟି ମୂଲ୍ୟବାନ କାଠ ପଟା ଜବତ କୁ ଜବତ୍ କରାଯାଇଥିଲା ।

ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏ ସଂପର୍କରେ ବେଆଇନ ଭାବେ ଉକ୍ତ ଡିପୋକୁ ଚଲଉଥିବା ବରଗଡ଼ ଶକ୍ତି ନଗରର ପ୍ରମୋଦ ସାହୁ କୁ ବରଗଡ଼ ବନ ବିଭାଗ ପକ୍ଷରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version