ରାସ୍ତା ମରାମତି କଲେ ଯୁବ ସ୍ବେଚ୍ଛାସେବୀ

ଓଡ଼ିଶା ତାଜା ନ୍ୟୁଜ (୨୩ ଅକ୍ଟୋବର ଶୁକ୍ରବାର) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ଼ ଠାରୁ ରୁପ୍ରା ଯାଇଥିବା ବାଇପାସ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକର ପଲସାପଡା ମାତୁଲ ନାଲା ନିକଟ ରାସ୍ତା କୁ ଯୁବ ସ୍ଵେଚ୍ଛାସେବୀ ମରାମତି କରିଛନ୍ତି । ଭୀମକେଲା ପଂଚାୟତ ପଲସାପଡା ଗ୍ରାମର ମାତୁଳ ଜୋର ଠାରେ ବିଗତ ୨୦୧୭ ମସିହାରେ ପୁରୁଣା ବ୍ରିଜକୁ ଭାଙ୍ଗି ନୂତନ ବ୍ରିଜ ନିର୍ମାଣ କରାଯାଇଥିଲା ।

ଉକ୍ତ ବ୍ରିଜର କାମ ନିମ୍ନ ମାନର ହୋଇଥିଲା ଏବଂ ବର୍ଷେ ନ ପୁରୁଣୁ ୨୦୧୮ମସିହା ଅଗଷ୍ଟ ୧୪ /୧୫ ତାରିଖ ଦୁଇଦିନ ଧରି ଲଘୁଚାପ ବର୍ଷା ପ୍ରଭାବରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହି ବର୍ଷାରେ ନୂତନ ବ୍ରିଜ ଦେଇ ଯାଇଥିବା ରାସ୍ତାର ଦୁଇ ପାର୍ଶ୍ବର କଂକ୍ରିଟ ବର୍ଷା ପାଣିରେ ଧୋଇ ଯାଇଥିଲା । ଯାହା ଦ୍ଵାରା ଲୋକଙ୍କ ଯିବା ଆସିବାରେ ବହୁତ ଅସୁବିଧା ହେଉଥିଲା ।

ସେହି ଦିନରୁ ଉକ୍ତ ରାସ୍ତାକୁ ଯୁବ ସ୍ଵେଚ୍ଛାସେବୀ ହେମସାଗର ସାହୁ ଓ କିଛି ସାଙ୍ଗ ସାଥି ମିଶି ପ୍ରତି ବର୍ଷ ମାଟି ମୁରୁମ ପକାଇ ରାସ୍ତାକୁ ମରାମତି କରିଥାନ୍ତି । ଏଥର ମଧ୍ୟ ରାସ୍ତାଟି ଗର୍ତ୍ତ ରେ ପରିଣତ ହୋଇଥିଲା । ଯୁବ ସ୍ୱେଚ୍ଛାସେବୀ ହେମସାଗର ସାହୁ , ଫିରୋଜ ନାଏକ ଏହି ରାସ୍ତାରେ ମୁରୁମ ପକାଇ ରାସ୍ତାକୁ ମରାମତି କରିଛନ୍ତି । ଭଲକାମ ଯୋଗୁଁ ବର୍ତ୍ତମାନ ସେମାନେ ଜନସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି।(ରିପୋର୍ଟ ପ୍ରଦୀପ କୁମାର ଗଉଡ)

Exit mobile version