ଗନ୍ଦିଆ ବ୍ଳକ ଏବିଡିଓ କିଶୋର ଚନ୍ଦ୍ର ସାହୁ : ବୀର ଶହୀଦଙ୍କୁ କଲେ ଅସମ୍ମାନ – ଢେଙ୍କାନାଳ

ଓଡ଼ିଶା ତାଜା ନିୟୁଜ୍ (୨୩ ଅକ୍ଟୋବର ଶୁକ୍ରବାର) ଢେ଼ଙ୍କାନାଳ :- ଓଡିଶାର ବୀର ଶହୀଦଙ୍କୁ ଅସମ୍ମାନ । ଗନ୍ଦିଆ ବ୍ଳକ ଏବିଡିଓ ଭୁଲିଗଲେ ମାନବିକତା । ମାନପତ୍ର ଦେବାକୁ ଯାଇ ପାଦ ଥାପିଦେଲେ ଶହୀଦଙ୍କ ସ୍ମୃତି ସ୍ତମ୍ଭ ଉପରେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲା ଗନ୍ଦିଆ ବ୍ଳକ କାର୍ଯ୍ୟାଳୟ ପରିସରରେ । ଓଡ଼ିଶାକୁ ସ୍ଵତନ୍ତ୍ର ପାହ୍ୟା ମାନ୍ୟତା ଦାବିରେ ଜଗତସିଂହପୁର ଜିଲ୍ଲାର ଗାନ୍ଧୀବାଦୀ ଯୁବକ ଶ୍ରୀ ସତ୍ୟକାନ୍ତ ଦାସ ଦୀର୍ଘ ୪୧୭ ଦିନ ହେଲା ରାଜ୍ୟର ୨୫୯ ବ୍ଲକ ପରିକ୍ରମା କରି ଗତକାଲି ଜିଲ୍ଲା ଗନ୍ଦିଆ ବ୍ଳକରେ ପହଞ୍ଚିଥିଲେ ।

ତାଙ୍କୁ ସ୍ବାଗତ ଜଣାଇବା ନିମନ୍ତେ ସ୍ଥାନୀୟ ସରପଞ୍ଚ ଓ କିଛି ସମାଜସେବୀ ବ୍ଳକ କାର୍ଯ୍ୟାଳୟ ପରିସରରେ ଏକ ମାନପତ୍ର ଦେବାର ଆୟୋଜନ କରିଥିଲେ । ଏହି ଅବସରରେ ଗନ୍ଦିଆ ବ୍ଲକ ଏବିଡିଓ ଶ୍ରୀ କିଶୋର ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀବାଦୀ ସତ୍ୟକାନ୍ତଙ୍କୁ ପୁଷ୍ପଗୁଚ୍ଛ ଦେବା ସହ ମାନପତ୍ର ପ୍ରଦାନରେ ନିଜର ଦସ୍ତଖତ କରିବାକୁ ଯାଇ ଭୁଲବଶତଃ ନିକଟରେ ଥିବା ବୀର ଶହୀଦଙ୍କ ସ୍ମୃତି ସ୍ତମ୍ଭ ଉପରେ ପାଦ ଥାପିଦେଲେ । ସେହି ସମୟରେ ଭୁଲି ଯାଇଥିଲେ ନିଜର ମାନବିକତା । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । (ରିପୋର୍ଟ୍ /ଅମର ରଞ୍ଜନ ଦାସ)

Exit mobile version