ଓଡ଼ିଶା ତାଜା ନିୟୁଜ୍ (୨୩ ଅକ୍ଟୋବର ଶୁକ୍ରବାର) ଚାନ୍ଦବାଲି :- ଟ୍ରେନ୍ ରେ କଟି ନାବାଳକଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଂଚାୟତ ଗାରଡ଼ପୁର ଗାଁରେ ଘଟିଛି ଏଭଳି ଅଘଟଣ । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଂଚାୟତ ଗାରଡ଼ପୁର ଗାଁର ଧନେଶ୍ବର ମାହୁନ୍ତଙ୍କ ପୁଅ କାହ୍ନା ଦଶମ ଶ୍ରେଣୀର ଛାତ୍ର । ଗୁରୁବାର ସନ୍ଧ୍ୟାରେ ସେ ଘରୁ ଟ୍ୟୁସନ ପାଇଁ ବାହାରକୁ ଆସିଥିଲା ।
ହେଲେ ସେ ଆଉ ଘରକୁ ଫେରି ନଥିଲା । ରାତିରେ କାହ୍ନ।ଙ୍କ ପରିବାର ଲୋକମାନେ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ଖବର ପାଇ ନଥିଲେ । ଶୁକ୍ରବାର ସକାଳୁ କାହ୍ନ।ର ମୃତଦେହ ଗାଁ ନିକଟରେ ଥିବା ଟ୍ରେନ୍ ଲାଇନ ନିକଟରୁ ମିଳିଛି । ମୃତ କାହ୍ନ।ଙ୍କ ପରିବାର ଲୋକଙ୍କ କହିବା କଥା କାହ୍ନ । ଘରୁ ରାଗିକରି ଆସିଥିଲା । ତେଣୁ କାହ୍ନ। ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ବାଁଶଡା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । (ନ୍ୟୁଜ୍ ଏଡିଟର୍ / ସ୍ୱରୂପ ଦାସ୍)
