ଗୁରୁତର ରୋଗୀଙ୍କ ପାଇଁ ; ଭୁବନେଶ୍ୱରରେ ହେଲା ଗ୍ରୀନ କରିଡର୍

ଓଡ଼ିଶା ତାଜା ନିୟୁଜ୍ (୨୩ ଅକ୍ଟୋବର ଶୁକ୍ରବାର) ଭୁୁବନେଶ୍ୱର :- ଗୁରୁତର ରୋଗୀଙ୍କ ପାଇଁ ଭୁବନେଶ୍ୱରରେ ହେଲା ଗ୍ରୀନ କରିଡର୍ । ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରୁ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦର ଯାଏ ଗ୍ରୀନ୍ କରିଡରରେ ଗଲା ଆମ୍ବୁଲାନ୍ସ । ଏଥିପାଇଁ ପ୍ରାୟ ସାଢ଼େ ୬ କିଲୋମିଟର୍ ରାସ୍ତାର ଟ୍ରାଫିକ୍‌କୁ ଅଟକା ଯାଇଥିଲା । ନୟାପଲ୍ଲୀ, ସିଆରପି, ଏଜି ଛକ ଦେଇ ଭୁବନେଶ୍ୱର ବିମାନ ବନ୍ଦର ଯାଏ ଆମ୍ବୁଲାନ୍ସକୁ କଡ଼ା ସୁରକ୍ଷା ଭିତରେ ନିଆଯାଇଥିଲା । ପ୍ରାୟ ସାଢ଼େ ୬ କିଲୋମିଟର୍ ରାସ୍ତାର ଟ୍ରାଫିକ୍‌କୁ ଅଟକା ଯାଇଥିଲା ।

ଦୁଇ ପାର୍ଶ୍ୱରେ ଗାଡ଼ିକୁ ବନ୍ଦ କରି ଟ୍ରାଫିକ୍‌କୁ କ୍ଲିଅର୍ କରିଥିଲା ପୁଲିସ୍ । ଏହାପରେ ଭୁବନେଶ୍ୱର ବିମାନ ବନ୍ଦରରୁ ହାଇଦ୍ରାବାଦ୍ ବିମାନ ବନ୍ଦରକୁ ଏୟାର ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ନିଆଯାଇଛି। ସୂଚନା ମୁତାବକ, ପୁରୀ ଜିଲ୍ଲାର ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦ୍ ନିଆଯାଉଛି । କରୋନାରୁ ସୁସ୍ଥ ହେବା ପରେ ସଂପୃକ୍ତ ରୋଗୀଙ୍କ ସଂକ୍ରମଣ ବଢ଼ିଥିଲା ଫୁସ୍‌ଫୁସ୍‌ରେ ସଂକ୍ରମଣ ହେବାରୁ ଅବସ୍ଥା ସଂକଟାପନ୍ନ ରହିଛି । ତେବେ କରୋନାରୁ ସୁସ୍ଥ ହେବା ପରେ ରୋଗୀଙ୍କ ଶରୀରରେ ଭୁବନେଶ୍ୱରରେ କୃତ୍ରିମ ଫୁସଫୁସ୍ ଲଗାଯାଇଛି ।

ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲ ନିଆଯାଉଛି । ଭୁବନେଶ୍ୱରରୁ ହାଇଦ୍ରାବାଦ ବିମାନରେ ଲାଗିବ ଦେଢ଼ରୁ ଦୁଇ ଘଣ୍ଟା ହାଇଦ୍ରାବାଦ ବିମାନ ବନ୍ଦରରୁ ଘରୋଇ ହସ୍ପିଟାଲ ୫ ମିନିଟ୍‌ର ରାସ୍ତା । ହାଇଦ୍ରାବାଦ୍‌ରେ ବି ରୋଗୀଙ୍କ ପାଇଁ ଗ୍ରୀନ୍ କରିଡର୍ ବ୍ୟବସ୍ଥା ହୋଇଛି । ସେଠକାର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କ ଚିକିତ୍ସା କରାଯିବ । (ନ୍ୟୁଜ୍ ଏଡିଟର୍ / ସ୍ୱରୂପ ଦାସ୍)

Exit mobile version