ନୟାଗଡ ଜିଲ୍ଲା (ଓଡିଶା ତାଜା ନିଉଜ୍) ରଣପୁର 11-1-2020ରିଖ :- ଅପରାହ୍ନ ୪ଟା ସମୟ ରେ ରଣପୁର ବାଲୁଙ୍କେଶ୍ୱର ସାହିସ୍ଥ ଶ୍ରୀ ଶ୍ରୀ ଦଣ୍ଡା ବାଲୁଙ୍କେଶ୍ୱର ଦେବ ଙ୍କ ପରିସର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ସାମ୍ବାଦିକ ମାନଙ୍କ ଉପସ୍ଥିତିରେ ମକର ମହୋତ୍ସବ – ୨୦୨୦ ଅନୁଷ୍ଠିତ ହୋଇଥିଲା । ପରିଚାଳନା ସମିତି ର ସଭାପତି ଆଡ଼ଭୋକେଟ ସୁରେଶ ଚନ୍ଦ୍ର ମିଶ୍ର ସଭାପତିତ୍ୱରେ ସଭ୍ୟ ସଭ୍ୟା ଙ୍କ ଗହଣରେ ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବିଶ୍ୱାଳ , ଉପସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ମିଶ୍ର ଓ କୋଷାଧକ୍ଷ ଶ୍ରୀଯୁକ୍ତ ବିରଂଚି ନାରାୟଣ ତ୍ରିପାଠୀ ଓ ଦେବାଶିଷ ଦାଶ ଉପସ୍ଥିତ ଥିଲେ । ଚଳିତ ଜାନୁଆରୀ ତା – ୧୫-୧-୨୦୨୦ ଠାରୁ ତା ୧୮-୧-୨୦୨୦ ରିଖ୍ ପର୍ଯ୍ୟନ୍ତ ବାବା ବାଲୁଙ୍କେଶ୍ୱର ଦେବ ଙ୍କ ପଡିଆ ରେ ମକର ମହୋତ୍ସବ ଅନୁଷ୍ଠିତ ହେବ । ଏହି ସୁଚନା ଦିଆଯାଇଥିଲା । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବଧି ବାଲୁଙ୍କେଶ୍ୱର ଙ୍କ ଠାରୁ ଏକ ଶୋଭା ଯାତ୍ରା ୧୫ ତାରିଖ୍ ଦିନ ୧୧ ଟାରେ ବାହାରି ମହୋତ୍ସବ ସ୍ଥାନକୁ ଆସିବ । ନାମ ସଂକୀର୍ତ୍ତନ , ପ୍ରବଚନ , ଜଳାଭିଷେକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି ଏହା ସହିତ ଗ୍ରାମ୍ୟ ସଂସ୍କୃତି ରେ ଝଲକ ନୃତ୍ୟ ଗୀତ ମାଧ୍ୟମ ରେ ଜନ ସାଧାରଣ ଙ୍କୁ ବାନ୍ଧି ରଖିବ । ଏଠାରେ ମକର ମହୋତ୍ସଵ ୧୯୫୪ ବନ୍ଦ ହୋଇ ଯାଇଥିବାରୁ ଏହାକୁ ପୁନଃ ଉଜ୍ଜୀବିତ କରିବା ପାଇଁ ପ୍ରୟାସ । ରିପୋର୍ଟ – ସୋନାଲି
ଦଣ୍ଡା ବାଲୁଙ୍କେଶ୍ୱର ଦେବ ଙ୍କ ମକର ମହୋତ୍ସବର ପୁନାରୁଦ୍ଧାର – ରଣପୁର

Related Content
ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର
by
Proprietor Abhimanyu Maharana
July 24, 2026
ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା
by
Proprietor Abhimanyu Maharana
July 24, 2026
ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା
by
Proprietor Abhimanyu Maharana
July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ
by
Proprietor Abhimanyu Maharana
July 23, 2026
ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ
by
Proprietor Abhimanyu Maharana
July 23, 2026