ସ୍ୱଚ୍ଛ ସର୍ବେକ୍ଷଣ ପାଇଁ : ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସଚେତନତା ରାଲି

ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) ହିଞ୍ଜିଳିକାଟୁ :- ଜୀବନ ନାଶକାରୀ ଅଦୃଶ୍ୟ ଭୁତାଣୁ କରୋନାର ଅସଲ ସ୍ୱରୂପ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।କରୋନା ମହାମାରୀର ଏହି ମହାପ୍ରକୋପର କରାଳ ଦୃଶ୍ୟ ସମସ୍ତଙ୍କ ପାଇଁ ଏକ ଅଜଣା ଆତଙ୍କ ସୃଷ୍ଟି କରିଛି। ଏହାକୁ ମୁକାବିଲା ପାଇଁ ଜନ ସଚେତନତା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର।ଏହି ପରିପ୍ରେକ୍ଷୀରେ ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ଗୁରୁବାର ସ୍ଥାନୀୟ ପୌରପାଳିକା ପକ୍ଷରୁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସମ୍ପର୍କିତ ଏକ ଗଣ ସଚେତନତା ଅଭିଯାନ ଆରମ୍ଭ ହୋଇଥିଲା।ପୌର ନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁଙ୍କ ନେତୃତ୍ୱରେ ଆୟୋଜିତ ସାଇକେଲ ରାଲିରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଜନ୍ମେଜୟ ସାହୁ ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୂଖ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ।ସହରର ସ୍ୱଚ୍ଛତା, ପରିଛନ୍ନତା ପ୍ରତି ଯତ୍ନଶୀଳ ହେବା ସହ କୋଭିଡ ନିୟମ ଅନୁସାରେ ପଞ୍ଚସୁତ୍ରୀ ନିୟମ, ମାସ୍କ, ସାମାଜିକ ଦୂରତା, ଆଦି ନିୟମର ପାଳନ ସମ୍ପର୍କିତ ପ୍ଲାକାର୍ଡ ପ୍ରଦର୍ଶନ

କରି ଅଧିକାରୀ ମାନେ ପୌର କାର୍ଯ୍ୟାଳୟ ସମ୍ମୁଖରୁ ସାଇକେଲ ରାଲି ର ଶୁଭାରମ୍ଭ କରିଥିଲେ। ପରେ ରାଲି ୫୯ନଂ ଜାତୀୟ ରାଜପଥ ଓ ତାରାତାରିଣୀ ରୋଡ଼ର ବିଭିନ୍ନ ସ୍ଥାନ ପରିକ୍ରମା କରି ସହରବାସୀଙ୍କୁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲା।ଏନେଇ ସାଧାରଣରେ ଏକ ଚର୍ଚ୍ଚାର ଖୋରାକ ସୃଷ୍ଟି କରିଛି। ଅଧିକାଂଶ କ୍ଷେତ୍ରରେ ସରକାରୀ ଗାଡ଼ିରେ ଚଳପ୍ରଚଳ କରୁଥିବା ଅଧିକାରୀ ମାନେ ଆଜିର କାର୍ଯ୍ୟକ୍ରମରେ ସାଇକେଲ ଚଢି ସଚେତନତା କରିବା ସହରରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ରାଲିରେ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାସ, ଦିଲ୍ଲୀପ କୁମାର ମିଶ୍ର, ଅଶ୍ୱିନୀ ନାୟକ, ବିବେକାନନ୍ଦ ମହାପାତ୍ର, ଇ କିଷାନ ପାତ୍ର, ଏ ମୋହନ ରାଓ ଆଚାରୀ, କୃଷ୍ଣ ଦାସ, ଭାସ୍କର ସାହୁ, ଲାଲ ମୋହନ ସେଠୀ, ଭଗବାନ ଦାସ, ସୁବାସ ପଟ୍ଟନାୟକ, ମାନସ ବିନ୍ଧାଣିରା ଙ୍କ ସମେତ କୋଭିଡ ମନିଟର ମାନେ ଅଂଶ ଗ୍ରହଣ କରିଥିଲେ। ( ରିପୋର୍ଟ: ଶୁସାନ୍ତ ପ୍ରଧାନ, ହିଞ୍ଜିଳିକାଟୁ )

Exit mobile version