ଜଗନ୍ନାଥପ୍ରସାଦ ରେ କରୋନା ସଚେତନତା ସମ୍ପର୍କିତ ସାଇକେଲ ରାଲି

ଜଗନ୍ନାଥ ପ୍ରସାଦ (ଓଡ଼ିଶା ତାଜା ନ୍ଯୁଜ,୨୨ ଅକ୍ଟୋବର ଗୁରୁବାର) :- ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହିତ ମହାମାରୀ କରୋନା ଠାରୁ ନିଜକୁ ଦୁରେଇ ରଖିବା ଓ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗଙ୍କ ନିର୍ଧେସକ୍ରମେ ଆଜି ଜଗନ୍ନାଥପ୍ରସାଦ ବ୍ଲକର ବିଡିପୁର ପଞ୍ଚାୟତ ଠାରୁ ସାଇକେଲ ରାଲି ବାହାରି ଝାଡ଼ଭୂମି ଓ ଗଣ୍ଡାଧର ପଞ୍ଚାୟତ ଦେଇ ଜଗନ୍ନାଥପ୍ରସାଦ ବ୍ଲକ ରେ ପହଂଚିଥିଲେ |

ବ୍ଲକ ବି ଡ଼ି ଓ ସୁରେଶ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱବଧାନରେ ଏହି ସାଇକେଲ ରାଲିରେ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ, ଜିଲ୍ଲା ପରିଷଦ ସଭ୍ୟ ରାଜେନ୍ଦ୍ର ସ୍ୱାଇଁ, ବ୍ଲକ ଚେୟାରମ୍ୟାନ ପ୍ରତିନିଧି ଅନାଦି ବେହେରା, ଝାଡ଼ଭୂମି ସରପଞ୍ଚ ପ୍ରତିନିଧି ଭାଗିରଥି ମାଝୀ, ଗଣ୍ଡାଧର ସରପଞ୍ଚ ପ୍ରତିନିଧି ବିଜୟ କୁମାର ନାୟକ, ବିଡିପୁର ସମିତି ସଭ୍ୟ ଅମୀର ସ୍ୱାଇଁ, ଜଗନ୍ନାଥପ୍ରସାଦ ସରପଞ୍ଚ ଦେବୀ ପ୍ରସାଦ ମହାପାତ୍ର, ପି ଇ ଓ ନାରାୟଣ ସାହୁ, ପି ଇ ଓ ପ୍ରଦୀପ କୁମାର ପ୍ରଧାନ, ଅନିଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମରେ ବହୁ କୋଭିଡ ମନିଟର, ସ୍ବେଛାସେବୀ, ଛାତ୍ର ଓ ଯୁବ ସମାଜସେବୀ ଉପସ୍ଥିତ ଥିଲେ |ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ

Exit mobile version