ଢେଙ୍କାନାଳରେ ଆଜି ନୂଆ ୪୮ ଚିହ୍ନଟ, ୬୬ ସୁସ୍ଥ ଏବଂ ଦୁଇ ମୃତ

ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) ଢେଙ୍କାନାଳ :– ଜିଲ୍ଲାରେ ଆଜି ୪୮ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଦୁଇ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ହୋମ୍ କ୍ଵାରେଣ୍ଟାଇନ ରୁ ,୧୦ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୮ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚି‌ହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ପରଜଙ୍ଗ ବ୍ଲକର ସର୍ବାଧିକ ୧୬ ଜଣଙ୍କ ମଧ୍ୟରୁ ପରଜଙ୍ଗରୁ ୩,ଲାଉପଲ,କାନ୍ତୁର,ବାଶୋଇ ଓ ସାଆନ୍ଦାରୁ ୨ ଲେଖାଏଁ, ଆମ୍ବପଳାସ,ପାଣିଗେଙ୍ଗୁଟିଆ,କୁମାର,କୁଲେଇ ଓ ସରାଙ୍ଗରୁ ଜଣେ ଲେଖାଏଁ, ଭୁବନ ଏନ୍ ଏ ସି ରୁ ୪, ବ୍ଲକର ପଳାସପିଠା,ବାଡୁଦେଇ ପୁର ଓ ଟାଙ୍ଗର ପଡ଼ାରୁ ୨ ଲେଖାଏଁ, ମୃଦଙ୍ଗ, ବାସୁଦେବପୁର, ଗୋବିନ୍ଦ ବିଦ୍ୟାଧରପୁର ଓ ଗୋଡାରୁ ଜଣେ ଲେଖାଏଁ, କାମାକ୍ଷାନଗର ଏନ୍ ଏ ସି ରୁ ୨, ବ୍ଲକର କନ୍ତିଓପୁଟସାହି, ଖଟୁଆହତା, ମୁକ୍ତାପସି ଓ କଙ୍କିଳିରୁ ଜଣେ ଲେଖାଏଁ, ହିନ୍ଦୋଳ ବ୍ଲକର ରାସୋଳ ଓ ତେଲିଭୁଇଁରୁ ୨ ଲେଖାଏଁ,ବାବନ୍ଧରୁ ଜଣେ, କଙ୍କଡ଼ାହାଡ଼ ବ୍ଲକ ମହାବୀର ରୋଡରୁ ୨, ସଦର ବ୍ଲକର ଦୁର୍ଗାପ୍ରସାଦ,କାଇମାଟି ଓ ଖମାରରୁ ଜଣେ ଲେଖାଏଁ ଗନ୍ଦିଆ ବ୍ଲକର କୁସିଦା ଏବଂ ଓଡ଼ାପଡ଼ା ବ୍ଲକ ଗୁଡିଆକାଟେଣିରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି।

ପରଜଙ୍ଗ ବ୍ଳକର ଜଣେ ୫୦ ବର୍ଷୀୟା ମହିଳା ଏବଂ ଓଡ଼ାପଡ଼ାର ଜଣେ ୪୦ ବର୍ଷୀୟ ପୁରୁଷ ତାଳଚେର କୋଭିଡ୍ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ତାଙ୍କର ମୃତ୍ୟୁକୁ ଷ୍ଟେଟ୍ ଡେଥ୍ ଅଡିଟ୍ ଟିମ୍ କରୋନା ଜନିତ ମୃତ୍ୟୁ ଭାବେ ଘୋଷଣା କରିଛନ୍ତି। ଜିଲ୍ଲାରେ ଆଜି ଆଉ ୬୬ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୪୮୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୩୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦୫ ଜଣ ଚିକିତ୍ସାଧୀନ ଥିବାବେଳେ ୧୫ ଜଣ ମୃତ୍ୟୁବରଣ କରିଛନ୍ତିି । (ରିପୋର୍ଟ / ଅମର ରଞ୍ଜନ ଦାସ )

Exit mobile version