ରେଲୱେ ସୁରକ୍ଷା ବଳ ଦ୍ଵାରା ଜାତୀୟ ପୋଲିସ୍ ସ୍ମୃତି ଦିବସ ପାଳନ କରାଯାଇଛି

ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) ଭୁବନେଶ୍ୱର :- ରେଲୱେ ସୁରକ୍ଷା ବଳ (ଆରପିଏଫ୍) ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ଼ ମଣ୍ଡଳର କର୍ମଚାରୀମାନେ ଖୋର୍ଦ୍ଧା ରୋଡ଼ ଆରପିଏଫ୍ ରିଜର୍ଭ କମ୍ପାନୀ ଗ୍ରାଉଣ୍ଡରେ ଜାତୀୟ ପୋଲିସ୍ ସ୍ମୃତି ଦିବସ ପାଳନ କରିଥିଲେ। 1959 ମସିହାରେ ଚୀନ ଦେଶର ଗୁଳି ଦ୍ଵାରା ମୃତ୍ୟୁବରଣ କରିଥିବା ଦଶ ଜଣ ପୋଲିସର ବଳିଦାନ କଥା ସ୍ମୃତି ଚାରଣ କରା ଯାଇଥିଲା ।

ଏହି ଅବସରରେ ପୂର୍ବ ତଟ ରେଳବାଇର ଇନ୍ସପେକ୍ଟର ଜେନେରାଲ୍ (ଆଇଜି) କମ ପ୍ରିନ୍ସିପାଲ୍ ମୁଖ୍ୟ ସୁରକ୍ଷା କମିଶନର, (ଆର ପି ଏଫ୍) ଶ୍ରୀ ରାଜା ରାମ, ଶ୍ରୀ ଏମ.ସାମ୍ବାସିଭା ରାଓ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ସୁରକ୍ଷା କମିଶନର , ଅନ୍ୟ ବରିଷ୍ଠ ଆରପିଏଫ୍ ଅଧିକାରୀ ଏବଂ କର୍ମଚାରୀମାନେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ଶ୍ରୀ ରାଜାରାମ କହିଛନ୍ତି ଯେ ପୋଲିସ୍ କର୍ମଚାରୀଙ୍କ ବଳିଦାନ ଏବଂ ସେବା ସର୍ବଦା ସ୍ମରଣୀୟ ହୋଇ ରହିବ ଏବଂ ଦିନଟି ଆମର ପୋଲିସ୍ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ କୃତଜ୍ଞତା ଜଣାଇବା ପାଇଁ ଆମେ ଆଗେଇ ଆସିବା ଉଚିିତ । (ଜଟଣୀ ରୁ ଇଫତେଖାର ଅଲ୍ଲୀ)

Exit mobile version