ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) ଭଞ୍ଜନଗର :- ଆଜି ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ଗସ୍ତ କରି ଭଞ୍ଜନଗର ବ୍ଲକ ୧୯୫ ଏଵଂ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨୨ ଜଣ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିଛନ୍ତି । ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଭଞ୍ଜନଗର ବ୍ଲକର ଛଅ ଗୋଟି ଗ୍ରାମ ପଂଚାୟତର ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି । ବାଇବେଲି ପଂଚାୟତର ୧୯ ଜଣଙ୍କୁ, ଦଦରଲୁଣ୍ଡା ପଂଚାୟତର ୫୫ ଜଣ, ଡିହପଢାଳର ୪୫ ଜଣ, ଲାଲସିଂର ୨୧ ଜଣ, ମୁଜାଗଡ଼ର ୩୬ ଜଣ ଏଵଂ ଗୁଣ୍ଡରିବାଡି ପଂଚାୟତର ଯଥାକ୍ରମେ ୧୯ ଜଣ ହିତାଧିକାରୀଙ୍କୁ ମନ୍ତ୍ରୀ ଭତ୍ତା ପ୍ରଦାନ କରିଛନ୍ତି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼, ବିଡିଓ ଅନିଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ,ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ବି.ଏସ.ଏସ.ଓ ମମିତା ପ୍ରଧାନ ସମେତ ଅନ୍ୟ କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ । (ରିପୋର୍ଟ:ଶେଷଦେବ ସାହୁ ,ଗଞ୍ଜାମ ଜିଲ୍ଲା ବ୍ୟୁରୋ )
ଭଞ୍ଜନଗର ଠାରେ ଭତ୍ତା ବଣ୍ଟନ ମେଳା ଆୟୋଜିତ

- Categories: Uncategorized, ଓଡ଼ିଶା, ହୋମ୍
Related Content
Nandan Dwibedi receives Yuva Bharati Samman
by
Proprietor Abhimanyu Maharana
September 22, 2026
ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
by
Proprietor Abhimanyu Maharana
September 22, 2026
ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ
by
Proprietor Abhimanyu Maharana
September 22, 2026
ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ
by
Proprietor Abhimanyu Maharana
September 22, 2026
ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା
by
Proprietor Abhimanyu Maharana
September 22, 2026
ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା
by
Proprietor Abhimanyu Maharana
September 22, 2026