
ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) ବରଗଡ଼ :- ଆସନ୍ତା ନଭେଂବର ୯ ତାରିଖ ରୁ ଜିଲ୍ଲାର ବିଭିନ୍ନ ମଣ୍ଡି ରୁ ଧାନ ସଂଗ୍ରହ ଆରମ୍ଭ ହେବ ଚଳିତ ଥର ମଧ୍ୟ ଟୋକନ ବ୍ୟବସ୍ଥା ରେ ଧାନ କିଣାଯିବ। ଚାଷୀ ମାନଙ୍କ ଟୋକନର ଅବଧି ଧାର୍ଯ୍ୟ ତାରିଖ ଠାରୁ ୩୦ ଦିନ ପଯ୍ୟନ୍ତ ବୈଧ ରହିବ ବୋଲି ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ପ୍ରକାଶ କରିଥିଲେ । ବରଗଡ଼ ଜିଲ୍ଲା ରେ ଖରିଫ୍ ଋତୁର ଧାନ ସଂଗ୍ରହ ପାଇଁ ଏକ ନୀତି ନିର୍ଦ୍ଧାରଣ କମିଟି ର ବୈଠକ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଥିବା ଓସ୍ବାନ ହଲ୍ ଠାରେ ଆୟୋଜିତ ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଜିଲ୍ଲା ର ବିଭିନ୍ନ ବ୍ଲକ ର ଚାଷୀ ପ୍ରତିନିଧି ମାନେ ଅଂଶ ଗ୍ରହଣ କରି ଆଲୋଚନା ରେ ଭାଗ ନେଇଥିଲେ । ଏଥିରେ ମୁଖ୍ୟ ଯୋଗାଣ ଅଧିକାରୀ ରେବତୀ କାନ୍ତ ଦାସ ଉପସ୍ଥିତ ରହି ଚାଷୀ ମାନେ ଧାନ କିଣାବିକା ରେ ଅସୁବିଧା ର ସମ୍ମୁଖୀନ ହେଲେ,ତାହା ଲିଖିତ ଆକାରରେ ମୁଖ୍ୟ ଯୋଗାଣ ଅଧିକାରୀ ଙ୍କୁ ଦେଲେ ତାହାର ସମାଧାନ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଏସପି ପଦ୍ମିନୀ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ । ମୁକ୍ତା ସାହୁ, ବିଜେପୁର ବିଧାୟିକା ରୀତା ସାହୁ, ଏମପି ପ୍ରତିନିଧି ସୁରେଶ୍ଵର ଶତପଥୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ଓ ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।
( ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
