ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) କୋଦଳା :- କୋଭିଡ୍ କଟକଣା ମଧ୍ୟରେ ଆଜି ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ମା ଦୁର୍ଗାଙ୍କ ସପ୍ତମୀ ପୂଜା । ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବସଷ୍ଟାଣ୍ଡ ଠାରେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମା ଙ୍କ ପୂଜା ହେଉଥିବା ବେଳେ ଚଳିତ ବର୍ଷ କରୋନା ଯୋଗୁଁ ପ୍ରଶାସନର ଗାଇଡ୍ ଲାଇନ୍ ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପୂଜାର ନୀତିକାନ୍ତିଠାରୁ ଆରମ୍ଭ କରି ମୂର୍ତ୍ତି ବିସର୍ଜନ ପର୍ଯ୍ୟନ୍ତ ସବୁକିଛି ନିରାଡ଼ମ୍ବର ହେବ ବୋଲି ପୂଜାକମିଟି ପକ୍ଷରୁ ସୂଚନା ମିଳିଛି । ଚଳିତବର୍ଷ କୋଭିଡ -୧୯ ନିୟମ ଅନୁଯାୟୀ ଦୁର୍ଗାପୂଜା ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ୪ ଫୁଟ୍ର ମୃଣ୍ମୟ ମୂର୍ତ୍ତି ନିର୍ମାଣ ହୋଇଛି । ମଣ୍ଡପର ତିନି ପଟୁ ବନ୍ଦ କରାଯାଇ ପୂଜା କରାଯାଉଥିବା ବେଳେ ପୂଜା ପାଇଁ ସର୍ବାଧିକ ୭ ଜଣ ସେବାୟତ ରହିବେ ବୋଲି କୁହାଯାଇଛି । ସେହିପରି ଭକ୍ତଙ୍କୁ ଦର୍ଶନ ମନା ହୋଇଛି । ଗୁରୁବାର ମା ଙ୍କ ସପ୍ତମୀ ପୂଜା ହୋଇଥିବା ବେଳେ ମା ଙ୍କ ପାଖରେ ଲଡୁଭୋଗ ଅର୍ପଣ କରାଯାଇଥିବା ସୂଚନା ମିଳିଛି । ପୂଜା କମିଟି ସଭାପତି କେ. କ୍ରିଷ୍ଣାମୁର୍ତ୍ତି ପାତ୍ର, ସଂପାଦକ ଶଂକର ପଣ୍ଡା, ନିଲୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି । (ରିପୋର୍ଟ:ଶେଷଦେବ ସାହୁ ,ଗଞ୍ଜାମ ଜିଲ୍ଲା ବ୍ୟୁରୋ )
ବେଗୁନିଆପଡ଼ାରେ ଆରମ୍ଭ ହେଲା ଦୁର୍ଗାପୂଜା ; କୋଭିଡ୍ ପାଇଁ ବିନା ଭକ୍ତରେ ପୂଜା ପାଉଛନ୍ତି ଦୁର୍ନୀତି ନାଶିନୀ – କୋଦଳା

- Categories: Uncategorized, ହୋମ୍
Related Content
କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା
by
Proprietor Abhimanyu Maharana
July 9, 2026
କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା
by
Proprietor Abhimanyu Maharana
July 8, 2026
କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ
by
Proprietor Abhimanyu Maharana
July 8, 2026
ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
by
Proprietor Abhimanyu Maharana
July 8, 2026
ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 8, 2026
ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ
by
Proprietor Abhimanyu Maharana
July 8, 2026