ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) ବ୍ରହ୍ମପୁର :- ବ୍ରହ୍ମପୁର ସହରର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ତିଆରି କରିଛନ୍ତି ବିଶ୍ୱର ସବୁଠାରୁ ଛୋଟ ଛୋଟ ଦୁର୍ଗା ମୂର୍ତି । ଏହି ମୂର୍ତି ନିର୍ମାଣରେ କାଠ , ପଥର, ଚକ୍ ଓ ପେନ୍ ସିଲ୍ ବ୍ୟବହାର କରିଛନ୍ତି । କାଠ ମୂର୍ତିର ଉଚ୍ଚତା ୧.୩ ସିଏମ୍ , ପଥର ମୃର୍ତିର ଉଚ୍ଚତା ୧.୩ ସିଏମ୍, ଚକ୍ ମୂର୍ତିର ଉଚ୍ଚତା ୧ ସି.ଏମ୍ ଏବଂ ପେନସିଲ୍ ରେ ନିର୍ମିତ ମୂର୍ତିର ଉଚ୍ଚତା ୩ ଏମ୍ ଏମ୍ । କରୋନାରୁ ବିଶ୍ୱବାସୀଙ୍କୁ ରକ୍ଷା କରିବା ପାଇଁ ନବରାତ୍ର ଅବସରରେ ସମସ୍ତେ ମା’ଙ୍କ ପୂଜା କରିବା ନିମନ୍ତେ ସେ ନିବେଦନ କରିଛନ୍ତି । ଏହା ସହ ନିଜର କଳା କୃତିକୁ ଗଞ୍ଜାମବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ପୂର୍ବରୁ ସେ ଏପରି ଅନେକ କଳାକୃତି କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ ପ୍ରତିଷ୍ଠା ସହ ପ୍ରଶଂସାପତ୍ର ପାଇଛନ୍ତି । (ରିପୋର୍ଟ:ଶେଷଦେବ ସାହୁ ,ଗଞ୍ଜାମ ଜିଲ୍ଲା ବ୍ୟୁରୋ )
କ୍ଷୁଦ୍ରତମ ଦୁର୍ଗା ମୂର୍ତି କଲେ ସତ୍ୟ ମହାରଣା

- Categories: Uncategorized, ଓଡ଼ିଶା, ହୋମ୍
Related Content
କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା
by
Proprietor Abhimanyu Maharana
July 9, 2026
କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା
by
Proprietor Abhimanyu Maharana
July 8, 2026
କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ
by
Proprietor Abhimanyu Maharana
July 8, 2026
ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
by
Proprietor Abhimanyu Maharana
July 8, 2026
ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 8, 2026
ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ
by
Proprietor Abhimanyu Maharana
July 8, 2026