ବରଗଡ ସମବାୟ ଚିନିକଳ ର ସୁରକ୍ଷା ନେଇ ଆରକ୍ଷୀ ଅଧିକ୍ଷକ ଙ୍କୁ ଅଭିଯୋଗ କଲା ଆମ ଆଦମୀ ପାର୍ଟି

ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) ବରଗଡ଼ :- ଜିଲ୍ଲାର ଏକ ମାତ୍ର ସମବାୟ ଚିନିକଳ ର ସୁରକ୍ଷା କୁ ନେଇ ଏବେ ପ୍ରଶ୍ନ ଉଠିଛି, ଦୀର୍ଘ 38 ମାସ ହେଲା କର୍ମଚାରୀ ଓ ସୁରକ୍ଷା କର୍ମୀ ଙ୍କୁ ସରକାର ଦରମା ଦେଇ ନଥିବାରୁ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଅନେକ ଥର ଅଭିଯୋଗ କଲା ପରେ ବି ପ୍ରଶାସନ କର୍ଣପାତ କରୁନଥିବାରୁ ଏବେ କର୍ମଚାରୀ ଙ୍କ ଅବସ୍ଥା ସଙ୍ଗିନ ହୋଇପଡ଼ିଛି । ଏଭଳି ସ୍ଥିତିରେ ସୁରକ୍ଷା କର୍ମୀଙ୍କ ଦରମା, କର୍ମଚାରୀଙ୍କ ଦରମା ଓ ପୂର୍ବଭଳି ଚିନିକଳ ର ପୁନରୁଦ୍ଧାର କରିବାକୁ ଆମ ଆଦମୀ ପାର୍ଟି ଦାବୀ କରିଛି । ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁ ଙ୍କୁ ସାକ୍ଷାତ କରି ସୁରକ୍ଷା ବିଷୟରେ ଜଣାଇଥିଲେ । ଜିଲ୍ଲା ଆବାହକ ଭାବନୀ ସାହୁ, ଅମିତାଵ ପାତ୍ର, ରମେଶ ପତି, କେଶବ ଶଢଙ୍ଗୀ ଉପସ୍ଥିତ ଥିଲେ ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version