
ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ନୁନମାଟ ପଞ୍ଚାୟତ ସ୍ଥିତ ବିଜଖମନ ଗ୍ରାମର ନୂଆଁ ବନ୍ଧ (ପୋଖରୀ) ରେ ବିଷଦେଇ ମାଛ ମାରିବାକୁ ନେଇ କେସିଙ୍ଗା ଥାନାରେ ଏତଲା ହୋଇଛି । ଖବରରୁ ଜଣାଯାଏ ଉକ୍ତ ଗ୍ରାମର ପ୍ରଦୀପ କୁମାର ଭୋଇ ପଞ୍ଚାୟତ ଜରିଆରେ ନୂଆଁ ବନ୍ଧକୁ ଏକ ବର୍ଷ ପାଇଁ ନିଲାମରେ ନେଇ ମାଛ ଚାଷ କରିଥିଲେ । ଏଥିରେ ଆଜକୁ ୪ମାସ ତଳେ ୩୮ହଜାର ଟଙ୍କାର ମାଛ ଜାଆଁଳା ପୋଖରୀରେ ଛାଡ଼ିଥିବା ବେଳେ ଗତ ୧୫ ତାରିଖ ପୂର୍ବାହ୍ନରେ ମାଛସବୁ ମରି ଭାସୁଥିବା ପ୍ରଦୀପ ଦେଖିଥିଲେ ।
ଏ ନେଇ ସେ ପ୍ରଥମେ ଗାଁର କିଛି ମୁଖିଆ ଲୋକଙ୍କୁ ଡାକି ଗାଁର ଦୁଇ ଜଣ ବ୍ୟକ୍ତିଙ୍କ ନାମରେ ବିଷଦେଇ ମାଛ ମରିଥିବା ଅଭିଯୋଗ ଆଣିଥିଲେ । ପୂର୍ବରୁ ନୂଆ ବନ୍ଧର ନିଲାମ ନେଇ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦୁଇ ଜଣ ବ୍ୟକ୍ତି ପ୍ରଦୀପକୁ ଧମକ ମଧ୍ୟ ଦେଇଥିବା ସେ କହିଛନ୍ତି । ପୋଖରୀରେ ବିଷ ପ୍ରୟୋଗ ନେଇ କ୍ଷତି ପୂରଣ ବାବଦରେ ପ୍ରଦୀପ ଗାଁ ଭଦ୍ରବ୍ୟକ୍ତିଙ୍କ ଜରିଆରେ ସମାଧାନର ପନ୍ଥା ବାହାର କରିବାକୁ ଜଣାଇଥିଲେ । କିନ୍ତୁ ଏ ଘଟଣାରେ କୈ।ଣସି ସଠିକ ସମାଧାନ ନ ପାଇ ଶେଷରେ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରନ୍ତି । (ରିପୋର୍ଟ ପ୍ରଦୀପ କୁମାର ଗଉଡ )
