ବୁକ୍ ବ୍ୟାଗେଜ୍”- ଭୁବନେଶ୍ୱର ରେଲୱେ ଷ୍ଟେସନରେ ବ୍ୟାଗେଜ୍ ରାପିଙ୍ଗ୍ ଏବଂ ସାନିଟାଇଜେସନ୍ ର ସେବା

ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର) ଭୁବନେଶ୍ୱର :- କରୋନା ଭାଇରସ୍ ଏବଂ ଅନ୍ୟାନ୍ୟ ସଂକ୍ରାମକ ରୋଗରୁ ରକ୍ଷା ପାଇବା ପାଇଁ ଯାତ୍ରୀଙ୍କ ବ୍ୟାଗକୁ ସାନିଟାଇଜେସନ୍ ଏବଂ କଭର କରିବା | ପାର୍ବଣ ଋତୁରେ ରେଳ ଷ୍ଟେସନ ଏବଂ ଟ୍ରେନରେ ଯାତ୍ରୀ ସ°ଖ୍ୟ | ବୃଦ୍ଧି ହୋଇଥିବାରୁ ମହାମାରୀ କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରେଳ ଷ୍ଟେସନରେ ବ୍ୟାଗେଜ୍ ରାପିଂ ଏବଂ ସାନିଟାଇଜସନ ସେବା ଯୋଗାଇବା ପାଇଁ “ବୁକ୍ ବ୍ୟାଗେଜ୍” ବ୍ୟବହାର ର ଶୁଭାରମ୍ଭ ହୋଇଛି ।

ଯାତ୍ରୀମାନେ ସ୍ପେସାଲ ଟ୍ରେନରେ ଚଢିବା ପୂର୍ବରୁ ସେମାନଙ୍କର ଲଗେଜ୍ ଗୁଡ଼ିକୁ ସଠିକ୍ ଭାବରେ କଭର ଏବଂ ସାନିଟାଇଜ୍ କରିପାରିବେ ଯାହା କୋଭିଡ-19 ସଂକ୍ରମଣର ସମ୍ଭାବନାକୁ ହ୍ରାସ କରିବ | ବୁକ୍ ବ୍ୟାଗେଜ୍ ସେବା ଭୁବନେଶ୍ୱର ରେଳ ଷ୍ଟେସନର ପ୍ରବେଶ ପଥରେ ପ୍ଲାଟଫର୍ମ ନମ୍ବର 1 ଆଡକୁ ମେସର୍ଷ ବୁକ୍ ବ୍ୟାଗେଜ୍ ଡଟ୍ କମ୍ ଏଲ୍ ଏଲ୍ ପି ଦ୍ଵାରା ଏହି ସେବା ପ୍ରଦାନ କରାଯାଇଛି। ଯାତ୍ରୀମାନେ ନିତ୍ମ ଲିଖିତ ଅଳ୍ପ ମାତ୍ର ଚାର୍ଜ ଦେଇ ଏହି ସୁବିଧା ପାଇପାରିବେ ।

10 କିଲୋଗ୍ରାମ ପର୍ଯ୍ୟନ୍ତ, ସାନିଟାଇଜେସନ୍ @ Rs 10 / ଏବ° ରାପିଙ୍ଗ୍ @ Rs 60 / – ମାତ୍ର|
• 25 କେଜି ପର୍ଯ୍ୟନ୍ତ, ସାନିଟାଇଜେସନ୍ @ Rs 15 / ରାପିଙ୍ଗ୍ @ Rs 70 / ମାତ୍ର |
• 25 କିଲୋଗ୍ରାମରୁ ଅଧିକ, ସାନିଟାଇଜେସନ୍ @ Rs 20 / ଏବଂ ରାପିଙ୍ଗ୍ @ 80 / -ମାତ୍ର |

ଆଗାମୀ ଦିନରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ଅନ୍ୟ ପ୍ରମୁଖ ରେଳ ଷ୍ଟେସନରେ ବ୍ୟାଗେଜ୍ ରାପିଂ ଏବଂ ସାନିଟାଇଜେସନ୍ ସେବା ମଧ୍ୟ ଆରମ୍ଭ ହେବ | ଯାତ୍ରୀମାନଙ୍କ ସୁବିଧା ପାଇଁ ସମସ୍ତ ଅଭିନବ ଚିନ୍ତାଧାରା ବିଭାଗ ଦ୍ୱାରା ଗ୍ରହଣ କରାଯାଉଛି | (ଜଟଣୀ ରୁ ଇଫତେଖାର ଅଲ୍ଲୀ)

Exit mobile version