ଟିଭିଏସ ଶୋ ରୁମରେ ବୁଲାଇଲେ କଳା କନା : ୪ଲକ୍ଷ ୫୦ ହଜାର ଚୋରୀ – ହିଞ୍ଜିଳିକାଟୁ

ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ପାର୍ବଣ ଋତୁର ମାହୋଲ ଚାଲିଥିବା ବେଳେ ଚୋର ଅସାମାଜିକ ପାଇଁ ମଧ୍ୟ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି।ଅଞ୍ଚଳରେ ସ୍ଥାନେ ସ୍ଥାନେ ଜୁଆ ଆଡ୍ଡାର ଆସର ଜମୁଥିବା ବେଳେ ଚୋର ଓ ଅସାମାଜିକ ଗୋଷ୍ଠୀ ସୁଯୋଗ ଉଣ୍ଡି ଚୋରୀ କରିବାରେ ସଫଳ ହେବା ଜଣାପଡିଛି । ସ୍ଥାନୀୟ ସହରର ବଇଞ୍ଚ ବଣିଆରେ ଥିବା ଭୁବନେଶ୍ଵରୀ ଟିଭିଏସ ଶୋ ରୁମରେ ମଙ୍ଗଳବାର ମଧ୍ୟରାତ୍ରରେ କିଛି ଦୁର୍ବୃତ୍ତ ତାଲା ଭାଙ୍ଗି ନଗଦ ୪.୫୦ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଲା ସିସିଟିଭି ସଂଯୋଗ ଥିବା ଏବଂ ରାତ୍ର ଡ୍ୟୁଟିରେ ୨ ଜଣ କର୍ମଚାରୀ ନିୟୋଜିତ ଥିବା ବେଳେ ଏଭଳି ଘଟଣା ଘଟିଛି

ମାଲିକ ହରି ପଣ୍ଡାଙ୍କ ସୂଚନା ପ୍ରକାରେ ଗତ କାଲି ରାତ୍ରିରେ ସେ ଅନୁପସ୍ଥିତ ଥିବାରୁ ଦୋକାନ ଷ୍ଟାଫ ଶୋ ରୁମ ବନ୍ଦ କରିଥିଲେ । ଆଜି ସକାଳେ ସେ ଆସି ଦେଖିଲା ବେଳକୁ ଶୋ ରୁମର ୩ ଟି କ୍ୟାଶ ପେଢିରୁ ୪ ଲକ୍ଷ ୫୦ ହଜାର ଟଙ୍କା ଗାଏବ ହୋଇଯାଇଛି । ଦୁର୍ବୃତ୍ତ ମାନେ ପାଚେରୀ ଡେଇଁ ସ୍ପେର୍ ପାର୍ଟସ କାଉଣ୍ଟର ତାଲା ଭାଙ୍ଗି ପ୍ରବେଶ କରିଥିଲେଏବଂ ୩ ଟି କ୍ୟାଶ ପେଢିରୁ ୪.୫୦ ଲକ୍ଷ ଟଙ୍କା ଲୁଟ କରିଥିବା ସୂଚନା ଦେଇଛନ୍ତି । ଯାହାକି ସିସିଟିଭି ଫୁଟେଜ ରେ କଏଦ ହୋଇଥିବା ସେ କହିଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । (ଶୁସାନ୍ତ ପ୍ରଧାନ) ହିଞ୍ଜିଳିକାଟୁ

Exit mobile version