ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ଦାବି – ହିଞ୍ଜିଳିକାଟୁ

ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର) ହିଞ୍ଜିଳିକାଟୁ :- କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରରେ ନିଯୁକ୍ତି ହୋଇ ଜୀବିକା ନିର୍ବାହ କରି ଆସୁଥିବା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ରାଳବ ଗ୍ରାମ ପଞ୍ଚାୟତର ୧୭୭, ଦରୁଭଦ୍ରା ୯୩, କଞ୍ଚୁରୁ ୨୮, ସାରୁ ୨୨୮, ଦୁରୁବନ୍ଧ ୧୪, ଶାସନ ଆମ୍ବ ଗାଁ ୨୨୫, ପୋଚିଲିମା ୭୨, ପୁଟିଆ ପଦର ୧୨, ମକରଝୋଳ ୧୧୯, ସିକିରି,୨୦ ଓ ଅନ୍ତରି ଗାଁ ୩୦ ଜଣ ନିର୍ମାଣ ଶ୍ରମିକ ପଞ୍ଜିକରଣ ପାଇଁ ଗତ ଫେବୃଆରୀ ୨୦୧୯ରେ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ ଆବେଦନ ପତ୍ର ଦାଖଲ କରିଥିଲେ ।

ଦୀର୍ଘ ୨୦ ମାସ ବିତି ଯାଇଥିଲେ ମଧ୍ୟ ଏବେ ସୁଦ୍ଧା ପଞ୍ଜିକରଣ ହୋଇପାରି ନାହଁ। ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ (ଟିୟୁସିଆଇ) ଗଞ୍ଜାମ ଜିଲ୍ଲା କମିଟି ର ଉପସଭାପତି ଦନାର୍ଦନ ସେଠୀ, ନାରାୟଣ ବରଡ, ନୀଳ ଭଉଳ, ସୁଦର୍ଶନ ପୃଷ୍ଟି, ରଞ୍ଜନ ଦଳାଇ ଓ ଶଙ୍କର ରାଉତଙ୍କ ନେତୃତ୍ୱରେ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁଙ୍କୁ ମଙ୍ଗଳବାର ସାକ୍ଷାତ କରି ଲିଖିତ ଦୃଷ୍ଟି ଆକର୍ଷଣ କରାଯାଇଛି ଆସନ୍ତା ୧୫ ଦିନ ମଧ୍ୟରେ ଆବେଦନକାରୀଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାନଗଲେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରି ରାସ୍ତାକୁ ଓହ୍ଲାଇବା ସହ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କୁହାଯାଇଛି ।

ଏଥିସହ ଜିଲ୍ଲାପାଳ, ଯୁଗ୍ମ ଶ୍ରମ କମିଶନର, ଜିଲ୍ଲା ଆରଖି ଅଧୀକ୍ଷକ, ଗୋଷ୍ଠୀ ଉନୟନ ଅଧିକାରୀ ହିଞ୍ଜିଳିକାଟୁ,ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ପୋଲିସ) ସଂପୃକ୍ତ ଗ୍ରାମ ପଞ୍ଚାୟତ ସରପଞ୍ଚ ମାନଙ୍କୁ ଏହି ଦାବି ନକଲ ପ୍ରଦାନ କରାଯାଇଛି ଦାବି ପୂରଣ ନ ହେଲେ ଆନ୍ଦୋଳନ ହେବ ବୋଲି ନୀଳ ଭଉଳ କହିଛନ୍ତି । (ଶୁସାନ୍ତ ପ୍ରଧାନ)

Exit mobile version