ବାହା ବାହାରେ ଆମ ନାଉଗାଁ ପୋଲିସ, ଚାକିରୀ କରିବ ପୋଲିସ ମଦ ପିଇ ଖାଇବ ଇଲିସି – ଜଗତସିଂହପୁର

ଓଡ଼ିଶା ତାଜା ନ୍ୟୁଜ (୨୧ ଅକ୍ଟୋବର ବୁଧବାର) ଜଗତସିଂହପୁର :- ନାଉଗାଁ, ଏବେ ପୋଲିସ ପ୍ରଶାସନ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଧୀରେ ଧୀରେ କମିବାରେ ଲାଗିଲାଣି, ଖାକି ବରଦିରେ ଲାଗିଲାଣି କଳଙ୍କ, କେଉଁଠି ପୋଲିସ ବାବୁ ମାନେ ମହିଳାଙ୍କୁ ଅସଦାଚରଣ କଲେଣି ତ ପୁଣି କୋଉଠି ଦୁର୍ବୁତ୍ତ ସାଜି ଲୁଟ କରିବାକୁ ପଛେଉନାହାନ୍ତି, ଭରସା ନାଇଁ ଆଉ ଓଡିଶା ପୋଲିସ କୁ, ସବୁ ଆଡେ ଆଇନ କାନୁନ ଢିଲା, ମାଲ ଫେଂକୋ ତାମାସା ଦେଖୋ ନୀତିରେ ଚାଲିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା, ମଦ ଚୋରି ରାହାଜାନି ଡକାଇତି ଦିନକୁ ଦିନ ବଢୁଛି, ହେଲେ ଏ ସବୁ କେବଳ କେତେଜଣ ଅସାଧୁ ପୋଲିସ ଅଫିସର ମାନଙ୍କ ପାଇଁ ସମଗ୍ର ଡିପାର୍ଟମେଣ୍ଟ ସମସ୍ତଙ୍କ ଆଗରେ ନିନ୍ଦିତ ହେବାକୁ ପଡ଼ୁଚି,

ଏହିଭଳି ଏକ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ପୋଲିସ ଷ୍ଟେସନ ବାରାକ ରେ, ଥାନାର ଜଣେ ଏ ଏସ ଆଇ ବିବେକାନନ୍ଦ ସାହୁ ଖୋଲାଖୋଲି ଭାବେ ଡିଉଟିରେ ଥାଇ ପୋଲିସ ପୋଷାକରେ ବସି ପେସାଦାର ମାଦୁଆଙ୍କ ଭଳି ନାମିଦାମୀ ମଦ ଆଣି ଫିଲ୍ମ ଷ୍ଟାଇଲ ରେ ପିଉଥିବା ଘଟଣାର ଭିଡିଓ ଫଟୋ ସାମାଜିକ ଗଣମାଧ୍ୟମରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି, ଏହି ଘଟଣା ଘଟିଥିଲେବି ଜିଲ୍ଲା ପୋଲିସ ପ୍ରଶାସନ ଚୁପ, କାହିଁକି ନା ଜିଲ୍ଲାର ବି କିଛି ବଡ ବାବୁ ମାନଙ୍କର ବି ଏମିତି ମଦର ଅସାର ଜମେଇବା ଅଭ୍ୟାସ ଥିବା କଟକ ଜିଲ୍ଲାର ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି, ତେଣୁ ତୁ ତ ମୁତୁରି ମୁଁ ତ ମୁତୁରି ହେଂସ କାଇଁ ପାଇଁ ଧୋଇବା, ସେ ବଡ ବାବୁ ବି ଏମିତି କୁଆଡେ କଟକ ଜିଲ୍ଲାରେ ଥିବାବେଳେ ଚାରିଆଡୁ ଚୋରା ମଦ ବେପାରୀଙ୍କୁ ଡରେଇ ଧମକେଇ ନାମିଦାମୀ ମଦ ଗିଫ୍ଟ ରେ ଆଣି ଆସର ଯମେଉଥିବା ନଜିର ରହିଛି,

ଆଉ ରହିଲା ଥାନାରେ କେଶ କଥା ନକହିଲେ ଆଉରୀଭଲ, କେଶ କୁ ଏପଟ ସେପଟ କରିବା ସେଇ ବଡ ବାବୁଙ୍କ ଠାରୁ ଶିଖିଵ, ଯିଏ ମାରିଲା କେଶ କର, ଆଉ ଯିଏ ମାଡ ଖାଇଲା ତା ନାଁରେ ବି କେଶ କର, ଯାହା ହବ ମୁଁ ବୁଝିବି, ଦି ଆଡୁ ମାଲ ପହଂଚିବା ଦରକାର, ବର୍ଷା ଯୁଆଡ଼େ ଆଇନ ସିଆଡେ ନୀତିରେ ଏବେ ଚାଲିବ ଜଗତସିଂହପୁର ଆଇନ, ଉପର ବାବୁ ମାନେ ଯଦି ପି ପି କାମ କରୁଛନ୍ତି ତେବେ ଏ ସାମାନ୍ୟ ଛୋଟ ବାବୁ ଜଣକ ଟିକେ ମଦ ପିଇଦେଲେ ଜେ ସାରା ଜଗତସିଂହପୁର ପୁର ପଡ଼ିଗଲ ତାଙ୍କ ପଛରେ, ଆଗକୁ ଦେଖ ଥାନା ଫାଣ୍ଡି କୋଉଦିନ ମଦ ବାରରେ ପରିଣତ ହେଉଛି ତାହା ଦେଖିବା ବାକି ରହିଲା

Exit mobile version