ଓଡ଼ିଶା ତାଜା ନ୍ୟୁଜ (୨୧ ଅକ୍ଟୋବର ବୁଧବାର) କଳାହାଣ୍ଡି :- ନର୍ଲା ଥାନା ପକ୍ଷରୁ ପୋଲିସ ସହିଦ ସ୍ମୃତି ଦିବସ ପାଳନ କରାଯାଇଛି । ଏହି ଥାନା ଅନ୍ତର୍ଗତ ଭାନପୁର ଗ୍ରାମର ସହିଦ ଧନମାଳି ନାଗ ୧୯୯୮ ମସିହାରେ ରାୟଗଡ଼ା ଜିଲ୍ଲାର ଲାଡା ଅଞ୍ଚଳରେ ନିର୍ବାଚନ କାର୍ଯ୍ୟରେ ଯୋଗଦାନ କରିଥିବା ବେଳେ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ସହିଦ ହୋଇଥିଲେ ।
ପୋଲିସ ସହିଦ ସ୍ମୃତି ଦିବସରେ କଳାହାଣ୍ଡି ପୋଲିସଙ୍କ ତତ୍ବାବଧାନରେ ନର୍ଲା ଥାନା ପରିସରରେ ଆଇଆଇସି ରମଣୀ ରଂଜନ ଦଳେଇଙ୍କ ନେତୃତ୍ବରେ ସହିଦ ପରିବାର ଓ ବୁଦ୍ଧିଜୀବିଙ୍କ ଉପସ୍ଥିତରେ ଧନମାଳି ନାଗଙ୍କ ସହିଦ ଦିବସ ପାଳନ କରାଯାଇଥିଲା । ପୋଲିସ ପକ୍ଷରୁ ସହିଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ତାଙ୍କର ସ୍ମୃତି ଚାରଣ କରାଯାଇଛି । (ରିପୋର୍ଟ ପ୍ରଦୀପ କୁମାର ଗଉଡ)
