୬୧ କେଜି ଗଞ୍ଜେଇ ଜାବତ କଲା ପଦ୍ମପୁର ପୋଲିସ – ବରଗଡ

ଓଡ଼ିଶା ତାଜା ନ୍ୟୁଜ (୨୧ ଅକ୍ଟୋବର ବୁଧବାର ) ବରଗଡ :- ବୌଦ୍ଧ ରୁ ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମ କୁ ଚାଲାଣ ହେଉଥିବା ସମୟରେ ବିପୁଳ ମାତ୍ରାର ଗଞ୍ଜେଇ ଧରିଲା ପଦ୍ମପୁର ପୋଲିସ । ବିଶିଷ୍ଟ ସୁତ୍ରରୁ ସୂଚନା ପାଇ ବରଗଡ ଏସ.ପି. ଟ ନିର୍ଦ୍ଦେଶ କ୍ରମେ ପଦ୍ମପୁର ପୋଲିସ ର ଏକ ଟିମ ପଦ୍ମପୁର ଥାନା ଅନ୍ତର୍ଗତ ଜମଲା ଗ୍ରାମ ନିକଟ ଅଙ୍ଗ ନଦୀ ବ୍ରିଜ ନିକଟରେ ବୌଦ୍ଧରୁ ଆସୁଥିବା ଏକ ସ୍ୱୋପ୍ଟ ଡିଜାଏର କାର ରୁ ବିପୁଳ ପରିମାଣ ରେ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ ଏବଂ ଜଣଙ୍କୁ ଅଟକ ରଖିଛି ।

ଏହା ସହ କାର କୁ ବାଟ କଢାଉଥିବା ଗୋଟିଏ ବଜାଜ ପ୍ଲାଟିନା ବାଇକ ଏବଂ ଗୋଟିଏ ହୋଣ୍ଡା ଏକ୍ଟିଭା ୫ଜି ସ୍କୁଟି ଓ ୨୦୦୦ ଟଙ୍କା, ଦୁଇଟି ମୋବାଇଲ ଫୋନ ଜବତ କରିଛି । ବାଟ କଢାଉଥିବା ଜାନ ରୁ ଧରା ପଡିଥିବା ବ୍ୟକ୍ତି ମାନେ ମଧ୍ୟପ୍ରଦେଶ ବରୁ ହୋଇଥିବା ବେଳେ ଏହି ଚୋରା ଚାଳାନ ପଛରେ ଏକ ଅନ୍ତରାଜ୍ୟ ଗୋଷ୍ଠି ଥିବାର ସନ୍ଦେହ ସହ ତଦନ୍ତ ଚାଲିଥିବାର୍ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ।

ଧରା ଜାଇଥିବା ଗଞ୍ଜେଇ ର ଓଜନ ୬୧ କେଜି, ୭୭୦ ଗ୍ରାମ ଥିବାର ଜଣା ପଡିଥିବା ବେଳେର ଏହାର ଅନୁମାନିକ ମୁଲ୍ୟ ପ୍ରାୟ ୩ ରୁ ୪ ଲକ୍ଷ ହୋଇଥିବାର ଜଣା ପଡିଛି । ଏ ନେଇ ପୋଲିସ ତରଫରୁ କେଶ ନଂ. ୨୪୨ ୟୁ.ଏସ. ୨୦(ବି) (ସସ)(ସି)/୨୯ ଏନ.ଡି.ପି.ଏସ. ଅନୁଯାୟି ପଦ୍ମପୁର ଥାନା ରେ ଏକ ମାମଲା ରୁଜ୍ଜୁ କରାଯାଇଛି । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version