
ଓଡ଼ିଶା ତାଜା ନ୍ୟୁଜ (୨୧ ଅକ୍ଟୋବର ବୁଧବାର ) ଢେଙ୍କାନାଳ :- ଜିଲ୍ଲାରେ ୩୫ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ ହୋମ୍ କ୍ଵାରେଣ୍ଟାଇନ ରୁ ,୮ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୭ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି ।
ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ କାମାକ୍ଷାନଗର ଏନ୍ ଏ ସି ରୁ ୬ ଜଣ ଚିହ୍ନଟ ଥିବାବେଳେ ବ୍ଲକର ଜିରିଡାନାଳିରୁ ୨,କନ୍ତିଓକାଟେଣି,ଖଟଖୁରା ଓ ମାଳପୁରାରୁ ଜଣେ ଲେଖାଏଁ, ହିନ୍ଦୋଳ ଏନ୍ ଏ ସି ରୁ ୩, ବ୍ଲକର ଷୋଳନାଳି,ଖଣ୍ଡିତିରି ଓ କାରନ୍ଦାରୁ ଜଣେ ଲେଖାଏଁ, କଙ୍କଡ଼ାହାଡ଼ ବ୍ଲକ କୋଇ ଗ୍ରାମରୁ ୫, ଗନ୍ଦିଆ ବ୍ଲକ ଗନ୍ଦିଆରୁ ୨ ଓ ବରପଦାରୁ ଜଣେ, ଢେଙ୍କାନାଳ ମୁନସିପାଲିଟିର ମହିଷାପାଟ ଓ ମୀନା ବଜାରରୁ ଜଣେ ଲେଖାଏଁ, ସଦର ବ୍ଲକ ମଙ୍ଗଳପୁର ଓ ଓଉଖୁମାରୁ ଜଣେ ଲେଖାଏଁ, ଭୁବନ ଏନ୍ ଏ ସି ଓ ବ୍ଲକର ମଠକରଗୋଳାରୁ ଜଣେ ଲେଖାଏଁ ଏବଂ ଓଡ଼ାପଡ଼ା ବ୍ଲକର ରାଣିବଣିଆ ଧଳପୁର ଓ ପରଜଙ୍ଗ ବ୍ଲକର ପରଜଙ୍ଗରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି।
ଜିଲ୍ଲାରେ ଆଜି ଆଉ ୨୫ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୪୭୬୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୩୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୨୫ ଜଣ ଚିକିତ୍ସାଧୀନ ଥିବାବେଳେ ୧୩ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ / ଅମର ରଞ୍ଜନ ଦାସ )
