ବୃଦ୍ଧା ମାଆଙ୍କୁ ଗାଡ଼ିରେ ବସାଇ ଆଣି ଛକଉପରେ ଛାଡ଼ିଗଲା ପୁଅ । ପୁଅ ଅପେକ୍ଷରେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାହିଁ ରହିଲେ ମା

ଓଡ଼ିଶା ତାଜା ନ୍ୟୁଜ (୨୧ ଅକ୍ଟୋବର ବୁଧବାର) ବରଗଡ଼ :- ମାଆର ମମତା ଆଗରେ ସବୁକିଛି ତୁଚ୍ଛ ।ମାଆହି ଗୋଟେ ମଣିଷ ଯିଏ କହିବା ଆଗରୁ ହୃଦୟର ସବୁକଥା ଜାଣି ପକାଏ ।କିଛି ଥାଉକି ନ ଥାଉ ମାଆ କେବେହେଲେ ନିଜ ଜନ୍ମକଲା ସନ୍ତାନକୁ ଅବହେଳା କରି ନଥାଏ । କିନ୍ତୁ କାହିଁକି ମାଆ ହେଉଛି ଆଜି ଅବହେଳାର ଶିକାର ? କାହିଁକି ଆଜି ସେହି ପିଲା ମାଆର ଦାୟିତ୍ୱ ନେବାକୁ ଅରାଜି ? କାହିଁକି ଏଠାରେ ଭାଗବଣ୍ଟା କରାଯାଉଛି ମାଆ କୁ ? କାହିଁକି ନିଜ ଜନ୍ମକଲା ପୁଅ ହତାଦର କରୁଛନ୍ତି ମାଆ କୁ ?

ଏପରି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଆଜି ବରଗଡ଼ ଜିଲ୍ଲା ଗୋଡ଼ଭୋଗା ଅଞ୍ଚଳରେ । ଚାଲ ମନ୍ଦିର ଯିବା କହି ବୃଦ୍ଧା ମାଆ କୁ ବସରେ ଆଣି ଅଧାବାଟରେ ଛାଡି ଚାଲିଗଲା ପୁଅ ।ଗୋଡ଼ଭୋଗା ବସ ଷ୍ଟାଣ୍ଡ ନିକଟରେ ପୁଅ ବାଟକୁ ଚାହିଁ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଜଗି ରହିଲା ମାଆ । ପୁଅଟା ସିନା ମାକୁ ଧୋକା ଦେଇ ଚାଲି ଯାଇଥିଲା ହେଲେ ମାଆ ମନ ବା କିପରି ମାନିବ । ନିଜ ପୁଅ ଫେରି ଆସିବ ବୋଲି ଜିଦ ଧରିଥିଲା ବୃଦ୍ଧା ମାଆ । କିନ୍ତୁ ପୁଅ ଦେଖା ଦେଇନଥିଲା । ସତରେ ନିଜ ଜନ୍ମ କଳା ମାଆ ଙ୍କୁ ଏପରି ଅସହାୟ ଅବସ୍ଥାରେ ପରିଣୀତ ବୟସରେ ଏକାକୀ ଛାଡି ଚାଲିଯିବା ଅତ୍ୟନ୍ତ ଦୁଃଖର ବିଷୟ ଅଟେ ।

ଆଜି ଏପରି ଗୋଟିଏ ଛାତି ଥରାଇ ଦେବା ଭୋଲି ସୂଚନା କୋଶଳ ସେନା ଅଭିନାଶ ଚନ୍ଦ୍ର ବିଶି ଙ୍କ ଠୁ ଖବର ପାଇ ସଙ୍ଗେ ସଙ୍ଗେ ପହଞ୍ଚିଥିଲା ସଂକଲ୍ପ ପରିବାର । ବୃଦ୍ଧା ଜଣକ କିଛି ଶୁଣି ପାରୁ ନଥିବାରୁ ଠିକ ଭାବରେ ତାଙ୍କ ପରିଚୟ ମିଳି ପାରିନ ଥିଲା। ପରେ କାଳ ବିଳମ୍ବ ନକରି ସଂକଲ୍ପ ପରିବାର ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରି ପ୍ରଶାସନ ଅଧିକାରୀଙ୍କ ପରାମର୍ଶ ଅନୁଯାଇ ବୃଦ୍ଧା ମହିଳାଙଙ୍କୁ ସ୍ଥାନୀୟ ବୃଦ୍ଧାଶ୍ରମ ଚକରକେନ ସ୍ଥିତ ମାତୃଛାୟା ଠାରେ ଥଇଥାନ କରିଥିଲା । ସଂକଲ୍ପ ପରିବାର ତରଫରୁ ଜି.ରମେଶ,ନିଧାନ ଦନ୍ତା ଏସବୁ ସୂଚାରୁରୂପେ ତୁଲାଇ ଥିଲେ । ସଂକଲ୍ପ ପରିବାର ତରଫରୁ ଆପଣମାନଙ୍କୁ ଅନୁରୋଧ ବୃଦ୍ଧା ମାଆ ବିଷୟରେ ଯଦି କିଛି ପରିଚୟ ପାଇଁବେ ତାହେଲେ ସଂକଲ୍ପ ପରିବାର ବିକାଶ ଅଗ୍ରୱାଲଙ୍କ ଏହି ମୋ – 700856915 ରେ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version