କୋଲକାତା, ଭୁବନେଶ୍ୱର, (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- କୋଲକାତା ଠାରେ ସମନ୍ୱିତ ଇସ୍ପାତ ହବ ଜରିଆରେ ପୂର୍ବ ଭାରତର ରାଜ୍ୟ ଗୁଡିକର ବିକାଶ ପାଇଁ ‘ପୂର୍ବୋଦୟ’ ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମବୀ ଧର୍ମେନ୍ଦ୍ର ପ୍ରଧାନ । କୋଲକାତା ଠାରେ ସେ ଏହାର ଶୁଭାରମ୍ଭ କରିଛନ୍ତି । ଏହା ପାଂଚ ଟ୍ରିଲିୟମ ଅର୍ଥନୀତି ଆଡକୁ ଭାରତକୁ ଅଗ୍ରସର କରାଇବ ବୋଲି ସେ କହିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମ ହେଉ ବା ସାମାଜିକ ସଂସ୍କାର ଆନ୍ଦୋଳନ ହେଉ ପୂର୍ବ ଭାରତ ସମଗ୍ର ଦେଶକୁ ନେତୃତ୍ୱ ଦେଇଛି । ପୂର୍ବ ଭାରତରେ ଅସୀମ ସମ୍ଭାବନା ରହିଛି । ଏଠାରେ ବିପୁଳ ମାତ୍ରାରେ ପ୍ରାକୃତିକ ସମ୍ବଳ ଥିଲେ ସୁଦ୍ଧା ଦେଶର ଅନ୍ୟ ଭାଗ ତୁଳନାରେ ଏହି ଅଂଚଳ ସାମାଜିକ- ଆର୍ଥିକ ବିକାଶ କ୍ଷେତ୍ରରେ ପଛରେ ପଡିଛି । ତେଣୁ ସମନ୍ୱିତ ଇସ୍ପାତ ହବ ଜରିଆରେ ଇସ୍ପାତ କ୍ଷେତ୍ରରେ ଦୃତ ବିକାଶ ଜରିଆରେ ‘ପୂର୍ବୋଦୟ’ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ନେୃତୃତ୍ୱଧୀନ କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶ ପାଇଁ ସଂପୂର୍ଣ ଧ୍ୟାନ ଦେଉଛନ୍ତି । ଦେଶରେ ଥିବା ଆକାଂକ୍ଷୀ ଜିଲ୍ଲା ମାନଙ୍କ ମଧ୍ୟରୁ ଅଧା ଜିଲ୍ଲା ଏହି ଅଂଚଳର । ଏହି ଅଂଚଳରେ ଭିତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ସେ କହିଛନ୍ତି ଯେ ଏକ ବିଂଶ ଶତାବ୍ଦୀ ଜ୍ଞାନ ଓ ଟେକ୍ନୋଲଜିର ଶତାବ୍ଚୀ ହେବାକୁ ଯାଉଛି । ନୂଆ ଟେକ୍ନୋଲଜି ଅର୍ଥନୀତି ଓ ସମାଜର ଆକାରକୁ ବଦଳାଉଛି । ପ୍ରସ୍ତାବିତ ସମନ୍ୱିତ ଷ୍ଟିଲ ହବ ଓଡିଶା, ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ , ଉତର ଆନ୍ଧ୍ର ପ୍ରଦେଶର ସାମାଜିକ- ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ।
ପାଂଚ ଟ୍ରିଲିୟମ ଅର୍ଥନୀତି ଆଡକୁ ଭାରତକୁ ଅଗ୍ରସର କରାଇବ ‘ପୂର୍ବୋଦୟ’ – ଧର୍ମେନ୍ଦ୍ର ପ୍ରଧାନ

Related Content
ରଣପୁର ଏନଏସି ରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନର ଚଢାଉ : ୧୧ ଜଣଙ୍କ ଠାରୁ ଟ ୫୦୦୦/- ଜୋରିମାନା ଆଦାୟ
by
Proprietor Abhimanyu Maharana
September 10, 2026
ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ
by
Proprietor Abhimanyu Maharana
September 10, 2026
ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି
by
Proprietor Abhimanyu Maharana
September 10, 2026
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ
by
Proprietor Abhimanyu Maharana
September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ
by
Proprietor Abhimanyu Maharana
September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର
by
Proprietor Abhimanyu Maharana
September 10, 2026