ବ୍ରାହ୍ମଣୀ ପୋଲରେ ବାଇକ-ସ୍କ୍ରୋପିଓ ମୁହାଁମୁହିଁ ଧକ୍କା : ଧକ୍କାରେ ଜଣେ ପୋଲ ଉପରେ ଜଣେ ନଦୀ ଗର୍ଭରେ ଏବଂ ବାଇକ୍ ଚାଳକ ମୃତ

ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ମଙ୍ଗଳବାର) ଢେଙ୍କାନାଳ :- ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ବ୍ରାହ୍ମଣୀ ନଦୀପୋଲ ଉପରେ ଆଜି ସକାଳେ ବାଇକ୍-ସ୍କୋର୍ପିଓ ମୁହାଁମୁହିଁ ଧକ୍କା ହୋଇଛି। ଧକ୍କାରେ ଜଣେ ପୋଲ ଉପରେ ପଡ଼ିଥିବା ବେଳେ ଅନ୍ୟ ଜଣେ ନଦୀ ଗର୍ଭକୁ ଛିଟିକି ପଡିଛନ୍ତି। ଏଥିରେ ଜଣେ ଗୁରୁତର ଥିବାବେଳେ ବାଇକ୍ ଚାଳକ ମୃତ୍ୟୁବରଣ କରିଛନ୍ତି।

ସୂଚନା ମୁତାବକ,ସରାଙ୍ଗ ଗ୍ରାମର ବଟକୃଷ୍ଣ ନାୟକଙ୍କ ପୁଅ ଦିପୁନ ନାୟକ (୨୨) ଓ ଶିଖର ନାୟକଙ୍କ ପୁଅ ସୂର୍ଯ୍ୟକାନ୍ତ ନାୟକ (୨୩) ନାମକ ଦୁଇ ଯୁବକ ତାଳଚେର ଅଭିମୁଖେ ଯାଉଥିବା ବେଳେ ସରାଙ୍ଗ ବ୍ରାହ୍ମଣୀ ପୋଲ ଉପରେ ବିପରୀତ ଦିଗରୁ ଆସୁଥିବା ସ୍କୋର୍ପିଓ ସହ ମୁହାଁମୁହିଁ ଧକ୍କା ଲାଗିଲା । ଫଳରେ ବାଇକ୍ ଚାଳକ ପୋଲ ଉପରେ ପଡ଼ି ଯାଇଥିବା ବେଳେ ଅନ୍ୟ ଜଣଙ୍କ ନଦୀଗର୍ଭକୁ ଖସି ପଡିଥିଲେ ।

ଘଟଣାସ୍ଥଳରେ ଅଗ୍ନିଶ୍ରମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ମଣ୍ଡାପାଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବାଇକ୍ ଚାଳକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। (ରିପୋର୍ଟ ଅମର ରଞ୍ଜନ ଦାସ)

Exit mobile version