ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ମଙ୍ଗଳବାର) ହିଞ୍ଜିଳିକାଟୁ :- ଜାତୀୟ ଡାକ କର୍ମଚାରୀ ମାନଙ୍କ ବୋନସ ପ୍ରଦାନକୁ ନେଇ ସମସ୍ତ ଡାକ କର୍ମଚାରୀ ଡାକ ମୁଖ୍ଯାଳୟ ଆଗରେ ଦାବୀମୂଳକ ବିଭିନ୍ନ ସ୍ଳୋଗାନ ସହ ଧାରଣା ପ୍ରଦର୍ଶନ କରିଛନ୍ତି । ତୁରନ୍ତ ବୋନସ ଜନିତ ଦାବି ପ୍ରଦାନ ନକରାଗଲେ ଆସନ୍ତା ୨୮/୧୦/, ୬/୧୧, ୧୯/୧୧ଏବଂ ୨୬/୧୧/୨୦ ଭିତରେ ବିଭିନ୍ନ ସ୍ତରର ଦାବି ସହ ଶେଷଦିନରେ ସର୍ବଭାରତୀୟ ସ୍ତରରେ ଧାରଣା ମୂଳକ ପ୍ରତିବାଦ କରାଯିବ ବୋଲି ଏକ ବାର୍ତ୍ତାରୁ ସୂଚନା ମିଳିଛି । ଦିନକୁ ଦିନ ଏହି ଧାରଣା ପ୍ରତିବାଦ ତିବ୍ରତର କରାଯିବା ବୋଲି ସୂଚନାରେ କୁହାଯାଇଛି । ଏଣୁ ବୋନସ ପ୍ରଦାନରେ ତୁରନ୍ତ ପଦକ୍ଷେପ ନେବା ସହ ବିଭିନ୍ନ ସମସ୍ଯାର ସମାଧାନ କରିବାକୁ ଡାକ କର୍ମଚାରୀ ମାନଙ୍କ ତରଫରୁ କୁହାଯାଇଛି । ଏହି ଧାରଣା ନିର୍ଧାରିତ ତାରିଖ ମଧ୍ଯାହ୍ନ ଭୋଜନ ସମୟରୁ କଂଚିତ ସମୟ ବାହାର କରି ଧାରଣା ପ୍ରଦର୍ଶନ କରାଯିବ ବୋଲି ହିଞ୍ଜିଳି ଏସପିଏମ ସୀତାରାମ ପ୍ରଧାନ ଏବଂ ଜିଡିଏସ ବିମଳ ପ୍ରସାଦଙ୍କ ଠାରୁ ପ୍ରକାଶ । (ରିପୋର୍ଟ – ଶୁସାନ୍ତ ପ୍ରଧାନ)
ବୋନସ ଦାବୀ ନେଇ ଡାକ କର୍ମଚାରୀ ମାନଙ୍କ ପ୍ରତିବାଦ

- Categories: Uncategorized, ଓଡ଼ିଶା, ହୋମ୍
Related Content
କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା
by
Proprietor Abhimanyu Maharana
July 8, 2026
କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ
by
Proprietor Abhimanyu Maharana
July 8, 2026
ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
by
Proprietor Abhimanyu Maharana
July 8, 2026
ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 8, 2026
ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ
by
Proprietor Abhimanyu Maharana
July 8, 2026
ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ ବାର୍ଷିକ ସାଧାରଣ ନିର୍ବାଚନ
by
Proprietor Abhimanyu Maharana
July 8, 2026