ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ମଙ୍ଗଳବାର) ପଦ୍ମପୁର :- ପଚାଶ ହଜାର ଟଙ୍କା ଦିଅ ନ ହେଲେ ମାରି ଦେବୁ – ଲାଲ୍ ସଲାମ,। ଗତ ୧୩ ତାରିଖ ରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ଲଉଡ଼ି ଦର୍ହା ପେକ୍ସ ସମ୍ପାଦକ ରାଧେଶ୍ୟାମ ଖର୍ସେଲ ଙ୍କ ମୋବାଇଲ କୁ ଏପରି ଏକ ମେସେଜ ଆସିଥିଲା । ଏ ସଂପର୍କରେ ସେ କାହାକୁ କିଛି ନ କହି ଜଗଦଲପୁର ଥାନା ଅଧିକାରୀ ଲଳିତା ବାର୍ଲା ଙ୍କ ଠାରେ ଅଭିଯୋଗ କରିଥିଲେ ।
ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଥାନା ଅଧିକାରୀ ଘଟଣା ର ସ୍ପର୍ଶ କାତରତା କୁ ଦେଖି ତଦନ୍ତ ଆରମ୍ଭ କରିଥିଲେ । ମୋବାଇଲ ରେ ମେସେଜ କୁ ଯାଞ୍ଚ କରିବା ପରେ ମେସେଜ ଟି ଜଟେସିରା ଗ୍ରାମ ର ସାନନ୍ଦ ସାହୁ,ସେହି ଗ୍ରାମର ଦୀପେଶ ପ୍ରଧାନ, ଓ ଜାମପାଲିର ଅକ୍ଷ ବାଗକୁ ପୋଲିସ ଧରିବାରେ ସଫଳ ହୋଇଥିଲେ । ଜଗଦଲପୁର ଥାନା ରେ କେଶ ନ ୨୩୮/୨୦ ରେ ବିଭିନ୍ନ ଦଫାରେ କେଶ ଋଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି । (ସତ୍ୟ ନାରାୟଣ ପ୍ରଧାନ, ବରଗଡ଼ /ପଦ୍ମପୁର ,ସତ୍ୟ ନାରାୟଣ ପ୍ରଧାନ, ବରଗଡ଼)
