ପୁରୀ : ଲାଇନଚ୍ୟୁତ ହେଲା ଟ୍ରେନ

ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ମଙ୍ଗଳବାର) ପୁରୀ :- ପୁରୀ ଜିଲ୍ଲା ଚନ୍ଦନପୁର-ତୁଳସୀଚଉରା ମଝିରେ ଖାଲି ବଗି ନେଇ ଯାଉଥିବା ଟ୍ରେନ୍‌ର ଏକ ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ଇଞ୍ଜିନ୍‌ର ଆଗ ୩ଟି ଚକ ସହ ପଛର ଗୋଟିଏ ଚକ ଲାଇନଚ୍ୟୁତ ହୋଇଛି । ଖୋର୍ଦ୍ଧା ରୋଡ୍‌ରୁ ଆସୁଥିବା ବେଳେ ଇଞ୍ଚିନ୍‌ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରେଲେଓ୍ୱ ବୈଷୟିକ ଟିମ୍ ମରାମତି କାର୍ଯ୍ୟ କରିଥିଲେ । ତେବେ କାହିଁକି ଇଞ୍ଜିନ୍‌ ଲାଇନଚ୍ୟୁତ ହେଲା ଏନେଇ ତଦନ୍ତ କରାଯିବ ବୋଲି ରେଲୱେର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । (ନିଉଜ୍ ଏଡିଟର ସ୍ବରୂପ ଦାସ)

Exit mobile version