ଅସୁରକ୍ଷିତ ଗଦରିଙ୍ଗିଆ ଘାଟି ଦୁଇ ଯୁବକଙ୍କୁ ହତ୍ୟା ପରେ ତାତିଲେ ଲୋକେ ରାଜରାସ୍ତା ଅବରୋଧ ବାଲିଗୁଡା

ଓଡ଼ିଶା ତାଜା ନିୟୁଜ୍ (୨୦ ଅକ୍ଟୋବର ମଙ୍ଗଳବାର) କନ୍ଧମାଳ ଜିଲ୍ଲା :- କନ୍ଧମାଳ ଜିଲ୍ଲା ଶନିବାର ରାତିରେ ବାଲିଗୁଡା ରୁ କାମସାରି ଘରକୁ ବାଇକ ଯୋଗେ ଫେରୁଥିବା ବେଳେ ଡକାୟତ ମାନେ ଡକାୟତି କରି ଜୀବନରେ ମାରିଦେଇଥିବା ଅଭିଯୋଗ ହେଉଛି ମୃତକ ହେଲେ ସଙ୍କଳ୍ପ ନାୟକ ଓ ତପନ ବେହେରା l ସକାଳୁ ସକାଳୁ ସ୍ଥାନୀୟ ଲୋକେ ଶବକୁ ଚିହ୍ନଟ କରିଥିଲେ ଓ ତୁମୁଡିବନ୍ଧରେ ଉତ୍ତେଜନା ପ୍ରକାଶ ପାଇଥିଲା l

ସ୍ଥାନୀୟ ପୋଲିସର ସ୍ଥାଣୁତା ଓ ଘାଟିରେ ପେଟ୍ରୋଲିଙ୍ଗ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଏବଂ ହତ୍ୟାକାରୀଙ୍କୁ ଅତି ଶୀଘ୍ର ଗିରଫ ଦାବୀରେ ତମୁଡ଼ିବନ୍ଧ ରେ ଜାତୀୟ ରାଜପଥ ଅବରୋଧ ରାୟପୁର ବ୍ରହ୍ମପୁର କୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଖବର ପାଇ ତୁମୁଡିବନ୍ଧ ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତକରି ବ୍ୟବଛେଦ ପାଇଁ ତୁମୁଡିବନ୍ଧ ମେଡିକାଲକୁ ପଠାଇଛି ହତ୍ୟାକାରୀଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକ ଅଡ଼ି ବସିଥିଲେ l ଘଟଣା ସ୍ଥଳରେ ବାଲିଗୁଡା ଏସ ଡ଼ି ପି ଓ ମାନସ ରଞ୍ଜନ ବାରିକ ପହଞ୍ଚି ଉତ୍ୟକ୍ତଲୋକଙ୍କୁ ବୁଝାସୁଝା କରିଥିଲେ l (ରିପୋର୍ଟ: ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version