୬ ଜୁଆଡ଼ି ଗିରଫ ; ୧୩ ହଜାର ୧ଶହ ଟଙ୍କା ଜବତ – ହିଞ୍ଜିଳିକାଟୁ

ଓଡ଼ିଶା ତାଜା ନିୟୁଜ୍ (୨୦ ଅକ୍ଟୋବର ମଙ୍ଗଳବାର) ହିଞ୍ଜିଳିକାଟୁ :- ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଜୁଆ ଖେଳ ଜୋର ସୋରରେ ଚାଲିଥିବା ଜଣାପଡ଼ିଛି । ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୈାରାଞ୍ଚଳ କେଉଟ ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ସୋମବାର ସନ୍ଧ୍ୟାରେ ଚଢାଉ କରି ୬ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୩ ହଜାର୧ଶହ ଟଙ୍କା ସମେତ ୬ଟି ମୋବାଇଲ ଫୋନକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ୩୬୫/୨୦ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

ସ୍ଥାନୀୟ ଥାନା ଅଂଚଳରେ ଜୁଆ ଖେଳକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଥାନା ଆଇଆଇସିଙ୍କ ତତ୍ୱାଧାନରେ ୬ଜଣ ପୁଲିସଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଆଗାମୀ ଦିନରେ ଜୁଆ ଆଡ୍ଡା ଚଢାଉ ଜାରି ରହିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି । ଚଢାଉରେ ଥାନା ଏସ.ଆଇ. ବାସୁଦେବ ଭୋଇ, ଡ଼ି.ମୋହନ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ରାମଚନ୍ଦ୍ର ପ୍ରଧାନ, କେଦାରନାଥ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ(ହିଞ୍ଜିଳିକାଟୁ ରିପୋର୍ଟ /ଶୁସାନ୍ତ ପ୍ରଧାନ)

Exit mobile version