ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) କୋରାଇ :- ପୁସ୍ତକ ଏକ ଅମୂଲ୍ୟ ସଂପଦ । ତାହା ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନଲୋକ ପ୍ରଦାନ କରିଥାଏ । ତେଣୁ ପୁସ୍ତକ ପ୍ରଣେତା ହେଉଛନ୍ତି ଦ୍ୱିତୀୟ ବ୍ରହ୍ମା । ଲେଖକ ସମାଜର ହିତ ସାଧନ ନିମନ୍ତେ ଲେଖନୀ ଚାଳନା କରୁଥିବାରୁ ସର୍ବଦା ସବୁବର୍ଗରେ ସେ ପୂଜନୀୟ ବୋଲି ଅନୁଷ୍ଠିତ କୋରାଇ ମଣ୍ଡଳସାହିତ୍ୟ ସଂସଦର ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ରବିବାର ପୂର୍ବାହ୍ଣରେ ଶଙ୍ଖଚିଲା ସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ସଂସଦର କାର୍ଯ୍ୟକାରୀ ସଭାପତି ପ୍ରଫେସର ଶିବଚରଣ ମାଝୀଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ, ସମ୍ମାନିତ ଅତିଥିଭାବେ ପ୍ରଫେସର ଅକ୍ଷୟକୁମାର ମହାନ୍ତି, ଅନ୍ୟତମ
ଅତିଥିଭାବେ କୋରାଇ କାହ୍ନୁଚରଣ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମୋହନଚରଣ ଖୁଂଟିଆ, ସଂସଦର କାର୍ଯ୍ୟକାରୀ ସଂପାଦକ ଦୟାନିଧି ନାୟକ ଓ ସଂକଳନର ମୁଦ୍ରାକର ସସ୍ମିତା ଦାଶ ପ୍ରମୁଖ ଯୋଗଦେଇ ପୁସ୍ତକ ସମାଜର ଦର୍ପଣ, ତାହାକୁ ଆମେ ସଠିକଭାବେ ପଠନକଲେ ସମାଜ ସଂପର୍କରେ ସବୁକିଛି ଜାଣିପାରିବା ବୋଲା ବକ୍ତବ୍ୟ ପ୍ରସଂଗରେ କହିଥିଲେ । ଏହି ଅବସରରେ ହିଙ୍ଗୁଳା କମିଟିର ସଂପାଦକ ତଥା ଶିକ୍ଷାବିତ କୃଷ୍ଣଚନ୍ଦ୍ର ସାହୁଙ୍କ ଜୀବନୀ ‘କର୍ମଭୂମି ତୀର୍ଥ ମୋର’, ଶିକ୍ଷାବିତ ବିନୋଦ ବିହାରୀ ସାହଙ୍କ କବିତା ସଂକଳନ ‘ସାୟହ୍ନର କବିତା’ ଓ ପଣ୍ଡିତ ଅଶୋକୁମାର ପାତିଙ୍କ କବିତା ସଂକଳନ ‘ସାୟହ୍ନର ସ୍ୱର’ ଆଦିକୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଏଥି ସହିତ ଚଳିତବର୍ଷ +୨ରେ କାହ୍ନୁଚରଣ ମହାବିଦ୍ୟାଳୟର ସର୍ବାଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା କୃତୀଛାତ୍ରୀ ମୀନାକ୍ଷିପ୍ରିୟଦର୍ଶିନୀ ମହାନ୍ତିଙ୍କୁ ସଂସଦ ପକ୍ଷରୁ ପୁଷ୍ପଗୁଛ, ଅଙ୍ଗବସ୍ତ୍ର ଓ ମାନପତ୍ରଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଚିରନ୍ତନୀ’ ପତ୍ରିକାର ସଂପାଦିକା ସଂଯୁକ୍ତା ମହାପାତ୍ର, କୋରାଇ ପ୍ରେସକ୍ଲବର ସଭାପତି ସୁବସ ଧଳ, ବରିଷ୍ଠ ସାମ୍ବାଦିକ ପ୍ରଦୀପକୁମାର ଦାସ, ସମାଜସେବୀ ଅନନ୍ତଚରଣ ମଲ୍ଲିକ, ସୁରେନ୍ଦ୍ରକୁମାର ସାହୁ, ଶିକ୍ଷାବିତ ବିଦ୍ୟାଧର ପାଢୀ, ନୟନଦିପ୍ତ ବେହେରା, ବିଜୟକୁମାର ପାଗଡ, ପ୍ରଶାନ୍ତକୁମାର ସାହୁ, ଯିନେଶ ପତି, ହିମାଂଶୁମୋହନ ମହାନ୍ତି, ଶ୍ରୀଧର ଦାସ, ବଳରାମ ସାହୁ, ରିତାଞ୍ଜଳି ପୃଷ୍ଟିି ପ୍ରମୁଖ ଯୋଗଦେଇ ପୁସ୍ତକ ସମିକ୍ଷାରେ ସାମିଲ ହୋଇଥିଲେ । ଅନୁଷ୍ଠିତ ସଭାକୁ ସଂସଦର ସହସଂପାଦକ ଅଧ୍ୟାପକ ମଳୟକୁମାର ମଲ୍ଲିକ, ଅକ୍ଷୟକୁମାର ବାରିକ, ସାଂସ୍କୃତିକ ସଂପାଦକ ବାଇଧର ମାଝୀ, ପ୍ରଦ୍ୟୁନକୁମାର ସାହୁ, ବିକାଶକୁମାର ସାହୁ, କୋଷାଧ୍ୟକ୍ଷ ନବଘନ ସ୍ୱାଇଁ ପ୍ରମୁଖ କର୍ମକର୍ତା ଓ ସଦସ୍ୟମାନେ କରୋନା କଟକଣା ଅନୁଯାଇ ପରିଚାଳାରେ ସହଯୋଗିତା କରିଥିଲେ । ଶେଷରେ ହିଙ୍ଗୁଳା ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ବିଷ୍ଣୁଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )
