ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର) ବୁଗୁଡା :- ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ରବିବାର ଦିନ ବୁଗୁଡା ଥାନା ଗ୍ରସ୍ତରେ ଆସିଥିବା ଜଣାପଡିଛି । ଗଞ୍ଜାମ ଏସ.ପି. ଶ୍ରୀ ରାଏ ବୁଗୁଡା ଥାନାରେ ଅକ୍ଟୋବର ୧୮ ତାରିଖ ଅପରାହ୍ନ ସାଢ଼େ ଚାରିଟାରେ ପହଞ୍ଚି ପ୍ରାୟ ସାଢ଼େ ଛଅ ପର୍ଯ୍ୟନ୍ତ ବୁଗୁଡା ଥାନାରେ ରହିଥିଲେ । ଦୁଇ ଘଣ୍ଟା ରହଣୀ ମଧ୍ୟରେ ବିଭିନ୍ନ ମାମଲା ନେଇ ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର
ମିଶ୍ର ଓ ବୁଗୁଡା ଆଇଆଇସି ଶ୍ରୀ ବେହେରାଙ୍କ ଉପସ୍ଥିତରେ ଉପ ଆରକ୍ଷୀ ନିରୀକ୍ଷକ କାର୍ତ୍ତିକ ନାୟକ ଓ ମନୋଜ କୁମାର ପ୍ରଧାନ, ସହ ଉପ ଆରକ୍ଷୀ ନିରୀକ୍ଷକ ଯୁଧିଷ୍ଠିର ମହାଙ୍କୁଡ଼ ଓ ସୀମାଞ୍ଚଳ ଜେନା ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀଙ୍କୁ ଜନସାଧାରଣଙ୍କ ସହ ଉତ୍ତମ ସମ୍ପର୍କ ରଖିବାକୁ ପରାମର୍ଶ ଦେଇଥିଲେ । ଏଥି ସହ ବର୍ତ୍ତମାନ ଦଶହରା ଓ କୁମାର ପୂର୍ଣ୍ଣିମା ସମୟ ହୋଇଥିବା ଯୋଗୁଁ ଜୁଆ ଖେଳ ପ୍ରତି କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ ବହୁ ଚୋରି ଘଟଣା ଓ ଲୁଟ ଘଟଣା ଘଟିବା ଆଶଙ୍କା ଥିବାରୁ ପେଟ୍ରୋଲିଂ ନିୟମିତ କରିବାକୁ ପରାମର୍ଶ ଦେଇଥିବା ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି । (ରିପୋର୍ଟ: ଶେଷଦେବ ସାହୁ)
